ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ସହ ବିପିୟୁଟି ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ନିର୍ମାଣ କାର୍ଯ୍ୟର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଇଲେକ୍ଟ୍ରୋନିକ୍ସ, ସୂଚନା ପ୍ରଯୁକ୍ତି, କ୍ରୀଡା ଓ ଯୁବସେବା ମନ୍ତ୍ରୀ ଶ୍ରୀ ତୁଷାରକାନ୍ତି ବେହେରା ସୁନ୍ଦରଗଡ ଜିଲ୍ଲା ଗସ୍ତର ତୃତୀୟ ଦିନରେ ବିପିୟୁଟି କ୍ୟାମ୍ପସ ପରିସରରେ ନିର୍ମାଣଧୀନ ଥିବା ଅନ୍ତର୍ଜାତୀୟ ହକି ଷ୍ଟାଡିୟମର ସମୀକ୍ଷା କରିଥିଲେ।ଧାର୍ଯ୍ୟ ସମୟସୀମା ମଧ୍ୟରେ ଷ୍ଟାଡିୟମ ନିର୍ମାଣ କାର୍ଯ୍ୟ ସାରିବାକୁ ମନ୍ତ୍ରୀ ଶ୍ରୀ ବେହେରା ହକି ଓଡିଶା ପ୍ରମୋସନ କାଉନସିଲର ଅଧ୍ଯକ୍ଷ ଶ୍ରୀ ଦିଲ୍ଲୀପ ତିର୍କୀ, ଇଡ଼କୋର ବରିଷ୍ଠ ଅଧିକାରୀ,କାର୍ଯ୍ୟଭାର ନେଇଥିବା ସଂସ୍ଥାର ଅଧିକାରୀ ଓ ଜିଲ୍ଲା କ୍ରୀଡା ଅଧିକାରୀଙ୍କ ସହ ଆଲୋଚନା କରିଥିଲେ ରାଉରକେଲା ଠାରେ ଷ୍ଟାଡିୟମ ନିର୍ମାଣ ହେଲେ ଏହା ଭୁବନେଶ୍ୱର ପରେ ରାଜ୍ୟର ଅନ୍ୟ ଏକ ବୃହତ ହକି ଷ୍ଟାଡିୟମ ଭାବେ ପରିଗଣିତ ହେବ। ୨୦୨୩ ବିଶ୍ୱକପ ପରିପ୍ରେକ୍ଷୀରେ ଏହି ଷ୍ଟାଡିୟମ ବେଶ ଗୁରୁତ୍ୱ ବହନ କରୁଛି।ଏହି ଷ୍ଟାଡିୟମ ନିକଟ ଭବିଷ୍ୟତରେ ସୁନ୍ଦରଗଡ ଜିଲ୍ଲା ପାଇଁ ଗର୍ବ ପାଲଟିବ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ।ଏହି ଅବସରରେ ମନ୍ତ୍ରୀ ସେଠାରେ ହକି ଖେଳାଳୀ ଏବଂ କ୍ରୀଡା ସଂଗଠକଙ୍କ ସହ ଆଲୋଚନା କରିଥିଲେ।

 

ଆଜି ମନ୍ତ୍ରୀ ଶ୍ରୀ ବେହେରା ସୁନ୍ଦରଗଡ ଜିଲ୍ଲା ବିଶ୍ରା ବ୍ଲକର ବିଭିନ୍ନ ଗ୍ରାମପଞ୍ଚାୟତ ଗସ୍ତ କରି ହିତାଧିକାରୀମାନଙ୍କୁ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଅନ୍ତର୍ଗତ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରିଥିଲେ।ଏଥି ସହିତ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶା ବାସୀଙ୍କ ସ୍ୱାସ୍ଥ୍ୟ ସେବାକୁ ଗୁରୁତ୍ୱ ଦେଇ ସ୍ମାର୍ଟ ହେଲଥ କାର୍ଡ ପ୍ରଚଳନ ସହ ନୂଆ ରୂପରେ ଲାଗୁ ହେଇଥିବା ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ସମ୍ପର୍କରେ ବୁଝାଇଥିଲେ।

ପୂର୍ବରୁ ଚିକିତ୍ସା ପାଇଁ ଗରିବ ଲୋକଟି ପଇସା ପାଇଁ ଅନ୍ୟ ପାଖରେ ହାତ ପତାଇବା ଅବା ଗହଣା ବିକିବା ଭଳି ଯେଉଁ ସମସ୍ୟା ସୃଷ୍ଟି ହେଉଥିଲା ତାହା ଆଉ ହେବ ନାହିଁ। ଏହି କାର୍ଡ ଜରିଆରେ ହିତାଧିକାରୀମାନେ ଦେଶର ୨୦୦ଟି ବଡ ଡାକ୍ତରଖାନା ରେ ଚିକିତ୍ସା ସୁବିଧା ପାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ବେହେରା କହିଥିଲେ।

 

powered by social2s