ଢେଙ୍କାନାଳ/ରାସଗୋବିନ୍ଦପୁର: ଦୁଇଟି ଭିନ୍ନ ଘଟଣାରେ ହାତୀ ଆକ୍ରମଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଖଣ୍ଡୁଆଳ ଗାଁରେ ଜଣେ ଚାଷୀଙ୍କୁ ଦଳି ମାରିଲା ଦନ୍ତା। ଗତକାଲି ସନ୍ଧ୍ୟାରେ ଚାଷୀ ଜଣକ ବିଲକୁ ଯାଇ ଆଉ ଫେରିନଥିଲେ। ଆଜି ସକାଳେ ତାଙ୍କ ମୃତଦେହ ବିଲରୁ ଠାବ କରିଛନ୍ତି ଗ୍ରାମବାସୀ। ସେପଟେ ମୟୁରଭଞ୍ଜ ଜିଲ୍ଲା ରାସଗୋବିନ୍ଦପୁର ଅଞ୍ଚଳର ପଥୁରିଆ ଗାଁରେ ହାତୀ ଆକ୍ରମଣରେ ଜଣେ ୧୧ ବର୍ଷର ବାଳକ ମୃତ୍ୟୁବରଣ କରିଥିବା ସୂଚନା ମିଳିଛି।
powered by social2s

