ଭୁବନେଶ୍ୱର: ମହାନଦୀରେ ମଧ୍ୟମ ଧରଣର ବନ୍ୟା ଆଶଙ୍କା ଟଳିଥିବା କହିଲେ ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଧୀରେନ୍ଦ୍ର ସାମଲ। ସାମଲ କହିବା ଅନୁଯାୟୀ, ଛୋଟ ଧାରଣର ବନ୍ୟା ହୋଇଛି, କୌଣସି ବିପଦ ନାହିଁ। ମୁଣ୍ଡୁଳି ଠାରେ ୬ ଲକ୍ଷ ୬୭ ହଜାର କ୍ୟୁସେକ ଜଳ ଅତିକ୍ରମ କରିଛି। ହୀରାକୁଦ ଜଳଭଣ୍ଡାରକୁ ଜଳ ପ୍ରବେଶ କରୁଛି। ଏବେ ଗୋଟିଏ ପରେ ଗୋଟିଏ ଗେଟ୍ ବନ୍ଦ କରାଯାଇଛି। ବ୍ରାହ୍ମଣୀ, ବୈତରଣୀ ଓ ସୁବର୍ଣ୍ଣରେଖାରେ ଜଳସ୍ତର କମିଛି। ବନ୍ୟା ପରିସ୍ଥିତି ନାହିଁ, କିଛି ତଳି ଅଞ୍ଚଳରେ ବର୍ଷା ପାଣି ଜମିଛି ବୋଲି ସେ ସୂଚନା ଦେଇଛନ୍ତି ।
powered by social2s

