ଅଧିକାର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times


ତୁମ ସହ ଦେଖା ହେବା ଏକ ସଂଯୋଗ ନୁହେଁ
ବରଂ ଥିଲା ଏକ ଆଧାର
ଯାହାର କେହି ନ ଥିଲେ ସୁତ୍ରଧର
ତୁମେ ତ କରିନଥିଲ ସ୍ବୀକାର
ତେବେ ମନ ମଧ୍ୟେ ଉଙ୍କିମାରୁଥିଲା
କାହିଁକି ଏଇ ଅଧିକାର।।।।।
ମୋ ଭାବପ୍ରବଣତା କହେ
ଦେବ କି ଉତ୍ତର
ଇଏ କି କୁହୁଡି ଅବା ଭଗ୍ନପ୍ରାଚିର
ସେଇ ପ୍ରାଚୀର ରେ ଆଜି
ମୁଁ ଏକାନ୍ତ ଅଧିର
ତେବେ ମନ ମଧ୍ୟେ ଉଙ୍କିମାରୁଥିଲା
କାହିଁକି ଏଇ ଅଧିକାର।।।।।
ଭାଗ୍ୟ ମୋ ସାଜିଛି ଆଜି ନିଷ୍ଠୁର ପଥର
ବାରମ୍ବାର କରେ ଆଜି ନିଜକୁ ଧିତ୍କାର
ଅଭିଳାଷା ଆତ୍ମହୁତି ଦିଏ ଶତ ଥର
ସ୍ବପ୍ନ ରେ ବି ମାଗିବିନି
କେବେ ଅଧିକାର।।।।।

ଲେଖିକା
ଇନ୍ଦିରା ପ୍ରିୟଦର୍ଶିନୀ ନନ୍ଦ
ଜଗତସିଂହପୁର

powered by social2s