ଉତ୍କଳ ହସ୍ପିଟାଲରେ ପୋଷଣ ମାସ ପାଳନ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ଖାଦ୍ୟ ଓ ପୋଷଣ ହେଉଛି ସ୍ୱାସ୍ଥ୍ୟକର ପଦାର୍ଥର ଏକ ଆଧାରବିନ୍ଦୁ ଏବଂ ଉତ୍କଳ ହସ୍ପିଟାଲ  ଏହାକୁ ପ୍ରୋତ୍ସାହିତ କରିବା ପାଇଁ ଏକତ୍ରିତ ହୋଇଛି । ଭାରତ ପ୍ରତିବର୍ଷ ସେପ୍ଟେମ୍ବର ମାସରେ ଜାତୀୟ ପୋଷଣ ମାସ ପାଳନ କରୁଥିବାରୁ, ଉତ୍କଳ ପରିବାର ଗତ ସେପ୍ଟେମ୍ବର ୧୮ ତାରିଖରେ ନ୍ୟୁଟ୍ରିଶନ ଓ ୱେଲ୍‌ନେସ୍ ବିଭାଗ ଦ୍ୱାରା ଆୟୋଜିତ  ନ୍ୟୁଟ୍ରିଶନ ବୁଟ୍‌କ୍ୟାମ୍ପ୍‌ର ପରିଚାଳନା କରି ଏହାକୁ ପାଳନ କରିବା ପାଇଁ ଆଉ ପାଦେ ଆଗକୁ ବଢିଛି । ଚଳିତ ବର୍ଷର ବିଷୟବସ୍ତୁ ‘ ଆରମ୍ଭରୁ ସଠିକ୍ ଖାଦ୍ୟ ଖାଆନ୍ତୁ”କୁ ସ୍ୱାସ୍ଥ୍ୟକର ଖାଦ୍ୟ ଅଭ୍ୟାସଗୁଡିକୁ ପ୍ରୋତ୍ସାହିତ କରିବା ପାଇଁ  ଚିତ୍ରଣ କରାଯାଇଥିଲା, ଯାହାକୁ  ସାଧାରଣ ଜନତାଙ୍କ ପାଇଁ ଖାଦ୍ୟ ପ୍ରଦର୍ଶନୀ, ପୋଷ୍ଟର ଉପସ୍ଥାପନା, ସ୍ୱାସ୍ଥ୍ୟ ସମ୍ବନ୍ଧରେ ଆଲୋଚନା ଓ ମାଗଣା ଆହାର ପରାମର୍ଶ ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା ।  ଏଠାରେ ଇଂଟ୍ରାୟୁଟେରାଇନ୍ ବିକାଶଠାରୁ ଆରମ୍ଭ କରି ଶୈଶବ, ବାଲ୍ୟାବସ୍ଥା, କିଶୋର ଅବସ୍ଥା, ଯୌବନ ଅବସ୍ଥା, ଗର୍ଭାବସ୍ଥା ଓ ବୃଦ୍ଧାବସ୍ଥା ଆଦି ଜୀବନର ଭିନ୍ନ ଭିନ୍ନ ପର୍ଯ୍ୟାୟ ପାଇଁ ଗୁରୁତ୍ୱପୂର୍ଣ୍ଣ ପୋଷଣ ତତ୍ୱଗୁଡିକ ସମ୍ପର୍କରେ ଆଲୋଚନା କରାଯାଇଥିଲା ଏବଂ  ସର୍ବୋତମ ଖାଦ୍ୟ ଉଦାହରଣଗୁଡିକୁ ଉପସ୍ଥାପନ କରାଯାଇଥିଲା ।  ଏହାବ୍ୟତୀତ ଏହି ଅବସରରେ ୱାକାଥନ୍‌ର ଆୟୋଜନ ମଧ୍ୟ କରାଯାଇଥିଲା ଯେଉଁଥିରେ ଉତ୍କଳ ପରିବାର  ଶାରୀରିକ ଗତିବିଧିକୁ ସ୍ୱାସ୍ଥ୍ୟ ଓ ସୁସ୍ଥତାର ଏକ ଅବିଚ୍ଛେଦ୍ୟ ଅଂଶ ଭାବେ ପ୍ରୋତ୍ସାହିତ କରିବା ଲାଗି ୩ କିଲୋମିଟର୍ ଦୂରତା ଅତିକ୍ରମ କରିଥିଲେ ।

ଏହି ଅବସରରେ ଉତ୍କଳ ହସ୍ପିଟାଲ, ଭୁବନେଶ୍ୱରର ସିଓଓ ଡଃ ଆଲୋକ ଲେଧ କହିଛନ୍ତି ଯେ, “ସେପ୍ଟେମ୍ବର ମାସକୁ  ପୋଷଣ ମାସ ଭାବେ ପାଳନ କରାଯାଉଥିବାରୁ ଏବଂ  ପୁଷ୍ଟିକର ଖାଦ୍ୟ ଏକ ସୁସ୍ଥ ଜୀବନ ପାଇଁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିବାରୁ ଉତ୍କଳ ହସ୍ପିଟାଲରେ ଆମେ ଏକ ବୁଟ୍ କ୍ୟାମ୍ପ୍ ମାଧ୍ୟମରେ ଏହି ପ୍ରସଙ୍ଗ ଉପରେ ସଚେତନତା ସୃଷ୍ଟି କରିଥିଲୁ ଯେଉଁଠାରେ  ଖାଦ୍ୟର ପୁଷ୍ଟିକର ମୂଲ୍ୟକୁ ପ୍ରଦର୍ଶିତ କରାଯାଇଥିଲା ଏବଂ ଏକ ୱାକାଥନ୍‌ର ଆୟୋଜନ ମଧ୍ୟ କରାଯାଇଥିଲା । ଏହି ୱାକାଥନ୍‌ରେ ପ୍ରାୟ ୧୫୦ ଜଣ ଲୋକ ଅଂଶଗ୍ରହଣ କରିଥିଲେ ।”

powered by social2s