କଟକ: ଆସନ୍ତାକାଲି କଟକ ଏସସିବି ମେଡିକାଲରୁ ଘରକୁ ଫେରବେ କୁନି ଝିଅ ମଞ୍ଜୁଳା। ସାପ କାମୁଡ଼ାରେ ଗୁରୁତର ହୋଇ ଏସସିବି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ନବରଙ୍ଗପୁର ଜିଲ୍ଲା ରାଇଘର ଅଞ୍ଚଳର ମଞ୍ଜୁଳା ଅନ୍ତି। କାମୁଡ଼ିଥିବା ସାପକୁ ଘୋଡ଼ାଇ ରଖିଥିଲେ ପରିବାର ଲୋକ। ଖବର ପାଇ ମଞ୍ଜୁଳାଙ୍କ ଘରେ ପହଁଚିଥିଲେ ବନ ବିଭାଗ କର୍ମଚାରୀ ସେମାନେ ସାପକୁ ଉଦ୍ଧାର କରି ଜଙ୍ଗଲରେ ଛାଡ଼ିଥିଲେ ଓ ମଞ୍ଜୁଳାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଦୁଇଟି ଅପରେସନ ପରେ ମଞ୍ଜୁଳାଙ୍କ ହାତ ବର୍ତ୍ତମାନ ଭଲ ଅଛି, ଆଗକୁ ଫିଜିଓଥେରାପି ଦରକାର ବୋଲି କହିଲେ ପ୍ଲାଷ୍ଟିକ ସରଜରି ବିଭାଗ ମୁଖ୍ୟ ଡାକ୍ତର ବିଭୁତି ନାୟକ।
powered by social2s

