ଭୁବନେଶ୍ୱର: ମାଲକାନଗିରି ଜିଲ୍ଲା ମୋଟୁ ଥାନାର ଆଇ ଆଇ ସି ସୁଶାନ୍ତ ସାହୁ ଆସୁଥିବା ଗାଡ଼ିରୁ ୨ ଲକ୍ଷ ୮୦ ହଜାର ନଗଦ ଟଙ୍କା ଭିଜିଲାନ୍ସର ଅଧିକାରୀ ମାନେ ଜବତ କରିଥିବା ସୂଚନା ମିଳିଛି। ମିହିର ସାହୁ ନାମକ ବ୍ୟକ୍ତିଙ୍କ କାରରେ ନିଜ ଫୁଲନଖରା ସ୍ଥିତ ବାସଭବନକୁ ଫେରୁଥିବା ବେଳେ ରାସ୍ତାରେ ତାଙ୍କ ଗାଡ଼ିକୁ ଅଟକାଇ ତା ମଧ୍ୟରୁ ଏତେ ବିପୁଳ ପରିମାଣର ନଗଦ ଟଙ୍କା ଜବତ ହୋଇଥିବା ବେଳେ ଏତେ ଟଙ୍କା ସେ କୋଉଠୁ ଆଣିଲେ ସେ ସମ୍ପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରି ନଥିଲେ।ବର୍ତ୍ତମାନ ଭିଜିଲାନ୍ସ ପକ୍ଷରୁ ଫୁଲନଖରା ଓ କଟକ ର ଦୁଇଟି ସ୍ଥାନରେ ଚଢ଼ାଉ ଜାରି ରହିଥିବା ସୂଚନା ମିଳିଛି।
powered by social2s

