ଭୁବନେଶ୍ୱର: ସ୍ବଦେଶୀ ଜାଗରଣ ମଞ୍ଚ ବିଗତ ୩୦ ବର୍ଷ ହେଲା କାର୍ଯ୍ୟ କରିଆସୁଛି । ଦେଶର ଆର୍ଥିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ପାଇଁ କାର୍ଯ୍ୟରତ । ଆଜିର ଏଇ ପାଣ୍ଡେମିକ ସମୟରେ ବହୁ ଅର୍ଥନୈତିକ ସମସ୍ୟା ଦେଖା ଦେଇଛି ତା ସହିତ ବେକାରୀ ସମସ୍ୟା ଆହୁରି ଜଟିଳ ହେଇପଡ଼ିଛି।
ଏଥି ନିମନ୍ତେ ସମଗ୍ର ରାଷ୍ଟ୍ରରେ ସ୍ବଦେଶୀ ଜାଗରଣ ମଞ୍ଚ ଦ୍ୱାରା ସୋସିଆଲ ମିଡିଆ ମାଧ୍ୟମରେ ଅର୍ଥ ଚିନ୍ତନ କାର୍ଯ୍ୟକ୍ରମ କରିବାକୁ ଯାଉଛି ।
ଏହା ସେପ୍ଟେମ୍ବର ୨୩ ରୁ ୨୫ ପର୍ଯ୍ୟନ୍ତ ସନ୍ଧ୍ୟା ୬ଟା ରୂ ୮ଟା Facebook ଏବଂ YouTube ଦ୍ୱାରା ପ୍ରସାରିତ ହବ ।
ଆଜିର ପ୍ରେସ ମିଟ୍ ରେ କୃଷ୍ନପ୍ରିୟା ବେହେରା ପ୍ରାନ୍ତ ମହିଳା ସହ ପ୍ରମୁଖ ପ୍ରହଲ୍ଲାଦ ବେହେରା ନଗର ସଂଯୋଜକ ଏବଂ ସଭ୍ୟ ଗୌତମ ସାହୁ ଉପସ୍ଥିତ ଥିଲେ ।
powered by social2s

