ଆଠଗଡ଼: ମହାନଦୀରେ ପାର ହେଉଥିବା ବେଳେ ଭାସି ଗଲେ ୭ ଟି ହାତୀ। ଗୋଟିଏ ହାତୀ ମୁଣ୍ଡଳୀ ବ୍ରିଜ ନିକଟରେ ଫସି ରହିଥିବା ବେଳେ ଅନ୍ୟ ୬ ଟି ହାତୀ ଭାସି ଯାଇ ଅଠଗଡ଼ ରେଞ୍ଜ ନୂଆସାସନ ଗାଁ ନିକଟରେ ଲାଗିଛନ୍ତି। ଆଠଗଡ଼ ପଟୁ ୧୭ ଟିକିଆ ହାତୀପଲ ମହାନଦୀ ପାର ହେଉଥିବା ବେଳେ ୭ ଟି ହାତୀ ପାଣିରେ ଭାସି ଯାଇଥିବା ସୂଚନା ମିଳିଛି। ହାତୀଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀ ସାହାଯ୍ୟରେ ଉଦ୍ୟମ ଚଳାଇଛି ବନ ବିଭାଗ।
powered by social2s

