ଆଜାଦି କା ଅମୃତ ମହୋତ୍ସବ ମହାସମାରୋହରେ ପାଳିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ମା ସନ୍ତୋଷୀ ଆଞ୍ଚଳିକ ଉନ୍ନୟନ ସଙ୍ଘ ଓ ନେହେରୁ ଯୁବ କେନ୍ଦ୍ର ମିଳିତ ଉଦ୍ୟମରେ ଖୋର୍ଦ୍ଧା ଜିଲ୍ଲା ଭୁବନେଶ୍ୱର ବ୍ଲକ ର ଆମ୍ବେଦକର ଶିକ୍ଷାକେନ୍ଦ୍ର ଠାରେ ସ୍ୱାଧୀନତା ର ଅମୃତ ମହୋତ୍ସବ ଉପଲକ୍ଷେ ଏକ ଜନସଚେତନତା ପଦଯାତ୍ରା କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମକୁ ମା ସନ୍ତୋଷୀ ଆଞ୍ଚଳିକ ଉନ୍ନୟନ ସଙ୍ଘର ସମ୍ପାଦକ ଶ୍ରୀ ମନୋରଞ୍ଜନ ଜେନା ଓ ଆମ୍ବେଦକର ଶିକ୍ଷକେନ୍ଦ୍ରର ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ସୁରେଶ୍ୱରୀ ନାୟକ ଙ୍କ ଅଧ୍ୟକ୍ଷତାରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଶିକ୍ଷା କେନ୍ଦ୍ରର ସମସ୍ତ ଛାତ୍ର ଛାତ୍ରୀ ମାନଙ୍କୁ ସ୍ୱାଧୀନତା ର ମହାନତା ଉପରେ ଆଲୋକ ପାତ କରିଥିଲେ ଓ ସର୍ବ ଶେଷରେ ଦେଶର ସର୍ବାଙ୍ଗୀନ ଉନ୍ନତି ପାଇଁ ସମସ୍ତେ ସଂକଳ୍ପ ବଦ୍ଧ ହୋଇଥିଲେ l ଏହି କାର୍ଯ୍ୟକ୍ରମରେ ଶିକ୍ଷାକେନ୍ଦ୍ରର ସହକାରୀ ଶିକ୍ଷୟିତ୍ରୀ ଅଖିଳେଶ୍ଵରୀ ନାୟକ, ଦେବସ୍ମିତା ପାତ୍ର, ଅପରାଜିତା ପଣ୍ଡା ଓ ମା ସନ୍ତୋଷୀ ଆଞ୍ଚଳିକ ଉନ୍ନୟନ ସଙ୍ଘର ସ୍ବେଛାସେବି ସସ୍ମିତା ପାତ୍ର, ସୂର୍ଯ୍ୟ ନାରାୟଣ ପଣ୍ଡା ଓ ରତିକାନ୍ତ ମାଝୀ ପ୍ରମୁଖ ସଦସ୍ୟ ମାନେ ସହଯୋଗ କରିଥିଲେ l

powered by social2s