ଭୁବନେଶ୍ୱର: ଭୁବନେଶ୍ୱରର ହ୍ୟୁମାନ ପୋଟେନସିଆଲ ଡେଭେଲୋପମେଣ୍ଟ ଟ୍ରଷ୍ଟ ତରଫରୁ ସ୍ଥାନୀୟ ରସୁଲଗଡ଼ ସ୍ଥିତ ବନବାସୀ କଲ୍ୟାଣ ଆଶ୍ରମରେ ଥିବା ସ୍କୁଲ ଛାତ୍ରମାନଙ୍କ ପାଇଁ ନିଃଶୁଳ୍କ ବ୍ୟକ୍ତିତ୍ୱ ବିକାଶ ତାଲିମ କାର୍ଯ୍ୟକ୍ରମ ଆଜି ଉଦଘାଟିତ ହୋଇଯାଇଛି। ଏହି ବ୍ୟାଚରେ ଥିବା ୨୧ ଜଣ ଛାତ୍ରଙ୍କୁ ପ୍ରତ୍ୟେକ ସପ୍ତାହର ଶୁକ୍ରବାର ଓ ରବିବାର ଦିନ ଦୁଇ ଘଣ୍ଟା ଲେଖାଏଁ ତାଲିମ ୨୦ ଟି କ୍ଲାସ ଦ୍ୱାରା ଦିଆଯିବ। ଚାଳିଶ ଘଂଟା ଅବଧିର ଏହି ତାଲିମରେ ଜୀବନଦକ୍ଷତାକୁ ପିଲାମାନଙ୍କୁ ଶିଖାଇବା ପାଇଁ ସୃଜନାତଂକ ପ୍ରଣାଳୀରେ ବିଭିନ୍ନ ଖେଳକୁଦ ଓ ବୁଦ୍ଧି ପରୀକ୍ଷା ଇତ୍ୟାଦି ଅବଲମ୍ବନ କରାଯିବ। ଏହି ଉଦଘାଟନ ଉତ୍ସବରେ ପୂର୍ବତନ ମହିଳା କମିଶନର ଲୋପାମୁଦ୍ରା ମହାନ୍ତି, ସମାଜସେବୀ ଶ୍ରୀଯୁକ୍ତ ବାବାଜୀ ଚରଣ ବିଶ୍ୱାଳ ଓ ମଧୁସ୍ମିତା ଦାସ ଯୋଗ ଦେଇଥିଲେ। ମିନା ସୁବୁଦ୍ଧି କାର୍ଯ୍ୟକ୍ରମ ର ପରିଚାଳନା କରିଥିବା ବେଳେ ଟ୍ରଷ୍ଟି କୀର୍ତି ଦାସ ସଭାପତିତ୍ୱ କରିଥିଲେ। ଶେଷରେ ସୋନାଲି ସାମନ୍ତରାୟ ଧନ୍ୟବାଦ ଅର୍ପଣ କରି କାର୍ଯ୍ୟକ୍ରମ ର ସମାପନ କରିଥିଲେ। ୨୦୧୭ ମସିହାରୁ ଆରମ୍ଭ ହେଇଥିବା ଏହି ନିଃଶୁଳ୍କ ତାଲିମ ଭୁବନେଶ୍ୱର ବିଭିନ୍ନ ଅଞ୍ଚଳରେ ତଥା କୋରାପୁଟ ର ଦାମନଯୋଡି ଓ କେନ୍ଦ୍ରାପଡା ର ରାଜନଗର ଠାରେ ୪୨୬ଜଣ ଆର୍ଥିକ ଦୁର୍ବଳ ଶ୍ରେଣୀର ସ୍କୁଲ ଛାତ୍ରଛାତ୍ରୀଙ୍କୁ ଦିଆଯାଇ ସାରିଛି।
ନିଃଶୁଳ୍କ ବ୍ୟକ୍ତିତ୍ୱ ବିକାଶ ତାଲିମ କାର୍ଯ୍ୟକ୍ରମ ଉଦଘାଟିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

