ଆରମ୍ଭ ହେଲା ଭୋଟର ହେଲ୍ପ ଲାଇନ ଆପ୍

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଗାମୀ ପଞ୍ଚାୟତ ନିର୍ବାଚନ ପାଇଁ ଓଡ଼ିଶାରେ ଆରମ୍ଭ ହୋଇଛି ଭୋଟର ହେଲ୍ପ ଲାଇନ ଆପ୍। ଏ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି। ସେ କହିଛନ୍ତି ଯେ, ଏହି ଆପ୍ ସପ୍ଲିମେଣ୍ଟାରି ଭୋଟର ଲିଷ୍ଟ ଏବଂ ଡିଜିଟାଲ ଭୋଟର ଆଇଡି ପାଇଁ ବ୍ୟବହାର କରାଯିବ। ଏହା ମାଧ୍ୟମରେ ଡିଜିଟାଲ ଭୋଟର ଆଇଡି ପାଇଁ ଆବେଦନ କରିହେବ। ଘରେ ବସି ନିଜ ଠିକଣା, ରେସିଡେଣ୍ଟ ପ୍ରୁଫ୍ ଓ ଫଟୋ ଦେଇପାରିବେ। ପ୍ରତି ବୁଥରେ ବୁଥ ଲେଭଲ ଅଫିସରଙ୍କୁ ସମସ୍ତ କାଗଜପତ୍ର ଦେବାକୁ ସେ ଅନୁରୋଧ କରିଛନ୍ତି। ଏହାପରେ ସ୍ପିଡ୍ ପୋଷ୍ଟ ମାଧ୍ୟମରେ ନୂଆ ଭୋଟର କାର୍ଡ ଘରେ ପହଁଚିଯିବ। ଏହାସହ ଭୋଟର କାର୍ଡ ସଂଶୋଧନ ତଥା ନିଖୋଜ ଭୋଟର କାର୍ଡ ପାଇଁ ପୁନଃ ଆବେଦନ ମଧ୍ୟ କରିପାରିବେ ବୋଲି ସେ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି।

powered by social2s