କାଲିଠୁ ଘର ଘର ଦସ୍ତକ ଟୀକାକରଣ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: କାଲିଠାରୁ ଓଡ଼ିଶାରେ ଆରମ୍ଭ ହେବ ଦସ୍ତକ ଟୀକାକରଣ କାର୍ଯ୍ୟକ୍ରମ। ପ୍ରଥମ ଓ ଦ୍ୱିତୀୟ ଡୋଜ ନେଇ ନଥିବା ବ୍ୟକ୍ତିଙ୍କୁ ଚିହ୍ନଟ କରି ପ୍ରସ୍ତୁତ ହେବ ତାଲିକା ବୋଲି କହିଛନ୍ତି ପରିବାର କଲ୍ୟାଣ ନିର୍ଦେଶକ ବିଜୟ ପାଣିଗ୍ରାହୀ। ଘର ଘର ବୁଲି ତାଲିକା ପ୍ରସ୍ତୁତ କରିବେ ସମ୍ମୁଖ ଯୋଦ୍ଧା। ଟୀକା ନେଇ ନଥିବା ଲୋକଙ୍କୁ ଏଇ ମାସରେ ଟୀକା ପାଇଁ ରାଜି କରାଯିବ। ଡିସେମ୍ବର ଶେଷ ସୁଦ୍ଧା ୧୮ ବର୍ଷରୁ ଅଧିକ ସମସ୍ତେ ପ୍ରଥମ ଡୋଜ ଟୀକା ନେବେ। ଏବେ ସୁଦ୍ଧା ୨ କୋଟି ୫୭ ଲକ୍ଷ ଲୋକ ପ୍ରଥମ ଡୋଜ ନେଇ ସାରିଲେଣି। ଦ୍ୱିତୀୟ ଡୋଜ ଟୀକା ନେଇଛନ୍ତି ୧ କୋଟି ୧୫ ଲକ୍ଷ ଲୋକ।

powered by social2s