ଭୁବନେଶ୍ୱର: ଆଜି ଧନତେରାସ,ଏହି ଦିନରେ ସୁନାରୂପା ଓ ଅନ୍ୟାନ୍ୟ ଧାତୁ ବା ଅଳଙ୍କାର କିଣିଲେ ଘରକୁ ମା ଲକ୍ଷ୍ମୀ ଆସନ୍ତି ବୋଲି ବିଶ୍ୱାସ କରାଯାଏ । ତେଣୁ ପ୍ରତିବର୍ଷ ଲୋକମାନେ ଧନତେରାସ ରେ ସୁନା କିଣିବା ପାଇଁ ବିଶେଷ ଆଗ୍ରହ ପ୍ରକାଶ କରନ୍ତି । ଏ ବର୍ଷ ଦାମ୍ କମ୍ ଥିବାରୁ ସୁନା ଜିନିଷ କିଣିବା ପାଇଁ ଲୋକମାନଙ୍କ ଭିତରେ ବଢୁଛି ଉତ୍ସାହ। ନବରାତ୍ର ପରଠାରୁ ସୁନା କିଣିବା ପାଇଁ ଲୋକମାନଙ୍କର ଚାହିଦା ବଢୁଛି । ଗ୍ରାହକ ମାନଙ୍କୁ ଆକର୍ଷିତ କରିବା ପାଇଁ ସୁନା ଦୋକାନୀ ବିଭିନ୍ନ ମନୋଲୋଭା ଅଫର ଆଣିଛନ୍ତି । ତେବେ ଗହଣା କିଣିବା ଅପେକ୍ଷା ସୁନାରେ ନିବେଶ କରିବା ପାଇଁ ବିଶେଷଜ୍ଞ ମାନେ ପରାମର୍ଶ ଦେଇଛନ୍ତି।
powered by social2s

