ସମ୍ବଲପୁର: ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ସମ୍ବଲପୁର ଜିଲ୍ଲା କୁଚିଣ୍ଡାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ସ୍ମାର୍ଟ କାର୍ଡ ବଣ୍ଟନ ର ଶୁଭାରମ୍ଭ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଓଡ଼ିଶାର ବିକାଶରେ ସମ୍ବଲପୁର ର ବିଶେଷ ଅବଦାନ ରହିଛି। ସମ୍ବଲପୁରୀ ଗୀତ, ଶାଢ଼ୀ ସାରା ବିଶ୍ୱରେ ଆଦର ପାଇଛି। ସେ ସମ୍ବଲପୁର ର ମା ସମଲେଶ୍ବରୀ ପୀଠର ବିକାଶ କାମ ହାତକୁ ନିଆଯାଇଛି। ୨୦୨୨ ରେ ଜିଲ୍ଲାର ସବୁ ପରିବାରଙ୍କୁ ପାଇପ୍ ପାଣି ଯୋଗାଇ ଦିଆଜିବ ବୋଲି ନବୀନ ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ରାଜ୍ୟରେ ୯୬ ଲକ୍ଷ ପରିବାର ପାଇବେ ସ୍ମାର୍ଟ କାର୍ଡ। ସାଢ଼େ ୩ କୋଟି ଲୋଜ ସ୍ମାର୍ଟ କାର୍ଡ ସୁବିଧା ପାଇବେ। ସମ୍ବଲପୁର ଜିଲ୍ଲାର ୨ ଲକ୍ଷ୍ୟ ୨୮ହଜାର ୨୧୩ ଜଣ ସ୍ମାର୍ଟ କାର୍ଡ ପାଇବେ।
ସମ୍ବଲପୁର ରେ ୧୫୫୪ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ର ମଧ୍ଯ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ।
powered by social2s

