ଭୁବନେଶ୍ୱର: ଓଡ଼ିଶାରେ ସଂକ୍ରମଣ ର ହାର କ୍ରମଶଃ ହ୍ରାସ ପାଉଛି, ଏହା ଭଲ ଲକ୍ଷଣ। ଅନ୍ୟ ଦେଶରେ ସଂକ୍ରମଣ ଅତ୍ୟନ୍ତ ନୈରାଶ୍ୟଜନକ, ଏହାକୁ ଦୃଷ୍ଟିରେ ରଖି ଆମେ ଏଥି ପ୍ରତି ସଜାଗ ରହିବାକୁ ପଡ଼ିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦେଶକ ବିଜୟ ମହାପାତ୍ର। ମହାପାତ୍ର କହିବା ଅନୁଯାୟୀ, ରାଜ୍ୟରେ ସ୍କୁଲ ଖୋଲିବା ଆବଶ୍ୟକ, ସରକାରୀ ସ୍ତରରେ ଏଥିପ୍ରତି ନିଷ୍ପତ୍ତି ହେବ। ଛୋଟ ପିଲାଙ୍କ ଇମ୍ୟୁନିଟି ପାୱାର ଅଧିକ ରହିଛି।
powered by social2s

