ପଞ୍ଚାୟତ ନିର୍ବାଚନ ପାଇଁ ସରପଞ୍ଚ ଓ ସମିତି ସଭ୍ୟଙ୍କ ଖର୍ଚ୍ଚ ସୀମା ବୃଦ୍ଧି କରିବାକୁ ଦାବି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶାରେ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପୂର୍ବରୁ ଆଜି ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧି ଉପସ୍ଥିତ ରହି ଅନେକ ପ୍ରସ୍ତାବ ଦେଇଥିଲେ। ମଦ ମୁକ୍ତ ନିର୍ବାଚନ, ମତଦାନ ର ସମୟ ସୀମା ବୃଦ୍ଧି, ସରପଞ୍ଚ ଓ ସମିତି ସଭ୍ୟଙ୍କ ନିର୍ବାଚନ ଖର୍ଚ୍ଚ ସୀମା ବଢାଇବା ପାଇଁ ଦାବି କରାଯାଇଛି। ନିର୍ବାଚନର ୭ ଦିନ ପୂର୍ବରୁ ମଦ କୁ ବନ୍ଦ କରିବା ଓ ଭୋଟର ତାଲିକା ତ୍ରୁଟିଶୂନ୍ୟ କରିବା ପାଇଁ ପ୍ରସ୍ତାବ ଦିଆଯାଇଛି। ବୈଠକ ପରେ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ ପାଢ଼ୀ କହିଛନ୍ତି ଯେ ଚଳିତ ବର୍ଷ ସେଣ୍ଟ୍ରାଲ ଗଣତି ହେବ। ସାରା ରାଜ୍ୟରେ ଗୋଟିଏ ଦିନ ଭୋଟ ଗ୍ରହଣ ଓ ଆଉ ଗୋଟିଏ ଦିନ ଭୋଟ ଗଣତି କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।

powered by social2s