ଆଦିଶକ୍ତି ଚାରିଟେବୁଲ ଟ୍ରଷ୍ଟ ର "ମାତ୍ରୁ ପୂଜା ଯୁଗେ ଯୁଗେ ର" କାଳୀକେ କାଳରାତ୍ରି" ଉନ୍ମୋଚିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଭୁବନେଶ୍ୱର: ଭୁବନେଶ୍ୱର ଗଙ୍ଗନଗର ଯୁବପରିଷଦ ମଣ୍ଡପ ଠାରେ ଶ୍ୟାମାକାଳୀ ପୂଜା ଅବସରରେ ସର୍ଵ ଭାରତୀୟ ପ୍ରଚାର ଓ ପ୍ରସାର ନିମନ୍ତେ "କାଲିକେ କାଳରାତ୍ରି" ଓଡ଼ିଆ ଭାଷାରେ ପଣ୍ଡିତ ଶ୍ରୀଯୁକ୍ତ ଦାଶରଥି ସାମନ୍ତରାୟ ଙ୍କ ଦ୍ଵାରା ପ୍ରାଞ୍ଜଳ ଭାବରେ ପ୍ରକାଶ, ୟୁଟୁବ ଓ ଅନ୍ୟାନ୍ୟ ମିଡ଼ିଆ ରେ ଉନ୍ମୋଚିତ ହୋଇ ଯାଇଛି। ମା ଙ୍କ ମହିମା ଦେଶରେ ମା ଙ୍କୁ ଭଲ ପାଉଥିବା ଭକ୍ତ ଙ୍କ ଘରେ ଘରେ ପହଞ୍ଚାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ। ମା ଙ୍କ ପ୍ରଚାର ପ୍ରସାର ପାଈଁ ବିଶେଷ କିଛି କରାଯାଇ ନ ଥିବାରୁ ଟ୍ରଷ୍ଟ ତରଫରୁ ସର୍ବ ଭାରତୀୟ ସ୍ତରରେ ଚେଷ୍ଟା କରାଯିବ। ମୁଖ୍ୟ ଉପଦେଷ୍ଟା ଶ୍ରୀ ନିଶିକାନ୍ତ ମିଶ୍ର ଶରୀର ଅସୁସ୍ଥତା ଯୋଗୁଁ କାର୍ଯ୍ୟକ୍ରମରେ ଯୋଗଦେଇ ପାରିନଥିଲେ। ଆଜିର କାର୍ଯ୍ୟକ୍ରମରେ ଉପଦେଷ୍ଟା ଶ୍ରୀ ମଧୂମାଧବ ଜେନା, ସଭାପତି ଶ୍ରୀ ନାରାୟଣ ମହାପାତ୍ର, ଉପ ସଭାପତି ଶ୍ରୀ ଲଲିତ ମୋହନ ପଣ୍ଡା, ସମ୍ପାଦକ ଶ୍ରୀ ଉମାନାଥ ମିଶ୍ର, ଈ. ଦିଲ୍ଲୀପ ପଟନାୟକ, ଶ୍ରୀନିବାସ ରାଓ, ଗଙ୍ଗନଗର ଯୁବ ପରିଷଦର ନାରାୟଣ ପ୍ରସାଦ ସାହୁ, ବି ଚିରଞ୍ଜିବୀ ରେଡି, ବିଶ୍ୱଜିତ ପଣ୍ଡା, ପ୍ରକାଶ ଦାଶ, ପ୍ରଶାନ୍ତ କୁମାର ଲେଙ୍କା, ଗୋପାଳ କୃଷ୍ଣ ପଣ୍ଡା, ସନ୍ତୋଷ କୁମାର ସେନାପତି, ଚିତ୍ତରଞ୍ଜନ ପାତ୍ର, ରବୀନ୍ଦ୍ର ସେନାପତି, ପ୍ରଫୁଲ କୁମାର ସେନାପତି, ମନୋଜ କୁମାର ପ୍ରଧାନ, କୃଷ୍ଣ ପ୍ରସାଦ ପଣ୍ଡା, କମଳ ଲୋଚନ ପତି, ସଞ୍ଜୟ ଚୌଧୁରୀ, ହେମାନ୍ତ କୁମାର ମଲିଆ ଓ ରାହୁଲ ପଳେଇ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ। ଗଙ୍ଗନଗର ଯୁବ ପରିଷଦ ର ସଦସ୍ୟ ମାନଙ୍କୁ ଧନ୍ୟବାଦ ଅର୍ପଣ କରାଯାଇଥିଲା।

powered by social2s