ନଭେମ୍ବର ୧୦ ରୁ ବଢିବ ଶୀତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

ଭୁବନେଶ୍ୱର: ନଭେମ୍ବର ୧୦ ତାରିଖ ରୁ ଓଡ଼ିଶାରେ ଶୀତର ପରିମାଣ ବଢିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।ବିଶେଷ କରି ଉପକୂଳ ଓଡ଼ିଶାରେ ସ୍ଵାଭାବିକ ଠାରୁ ୨°ରୁ ୩° ସେଲସିୟସ୍ କମିପାରେ ତାପମାତ୍ରା ।ସେହିପରି ଆଭ୍ୟନ୍ତରଣୀୟ ଓଡ଼ିଶାରେ ସ୍ଵାଭାବିକ ଠାରୁ ୩ ରୁ ୪ ଡିଗ୍ରୀ ସେଲସିୟସ କମିପାରେ ତାପମାତ୍ରା। ରାଜ୍ୟକୁ ଉତ୍ତର ଦିଗରୁ ଶୁଷ୍କ ଥଣ୍ଡା ପବନ ବୋହୁଥିବାରୁ ଧୀରେ ଧୀରେ ବଢୁଛି ଶୀତ ।ଶୀତର ମଜା ଉଠାଇବାକୁ ଓଡ଼ିଶାର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡି କୁ ପର୍ଯ୍ୟଟକ ଙ୍କ ସୁଅ ଛୁଟିଛି । ଦାରିଙ୍ଗବାଡି ର ସର୍ବନିମ୍ନ ତାପମାତ୍ରା ୯.୫ଡିଗ୍ରୀ ରହିଥିବା ବେଳେ ଫୁଲବାଣୀରେ ତାପମାତ୍ରା ୧୨.୬° ସେଲସୀୟସ ରହିଛି ।

powered by social2s