ଭୁବନେଶ୍ୱର: ବରିଷ୍ଠ କଂଗ୍ରେସ ଯୁବସେବା ଲଲାଟେନ୍ଦୁ ବିଦ୍ୟାଧର ମହାପାତ୍ର, ସମସ୍ତଙ୍କ ମଧ୍ୟରେ ବେଶ୍ ପରିଚିତ ପ୍ରିୟରେ ସ୍ୱର୍ଗତ ଲୁଲୁ ଭାଇଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ ରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି । ଏହି ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଓଡ଼ିଶାର ବିଭିନ୍ନ ସ୍ଥାନରେ ତାଙ୍କ ବନ୍ଧୁ ସମାଜସେବୀ ଅମିୟକାନ୍ତ ଦାସଙ୍କ ଦ୍ଵାରା ବିଭିନ୍ନ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଭୁବନେଶ୍ୱର କୁଆଖାଇ ନଦୀକୂଳରେ ତିଳ ତର୍ପଣ ଅର୍ପଣ କରାଯାଇଥିଲା ।ଏହି କାର୍ଯ୍ୟକ୍ରମରେ ଲୁଲୁଙ୍କ ଝିଅ ଉପାସନା ମହାପାତ୍ର ଉପସ୍ଥିତ ରହି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ ଏବଂ ଲୁଲୁଭାଇଙ୍କ ଅନେକ ସମର୍ଥକ ଯୋଗ ଦେଇଥିଲେ ।ଲୁଲୁଭାଇ ସବୁ ସମୟରେ ସମାଜର ଅବହେଳିତ ଲୋକ ଓ ପିଲାଙ୍କ ପାଇଁ କାମ କରୁଥିଲେ। ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ତାଙ୍କର ବନ୍ଧୁ ଅମିୟ କାନ୍ତ ଦାସ ଭୁବନେଶ୍ୱର ର ବିଭିନ୍ନ ସ୍ଥାନରେ ୧୫୦ ରୁ ଉର୍ଦ୍ଧ ଦରିଦ୍ର ଓ ଅସହାୟ ମହିଳା ଓ ପିଲାମାନେ ମଧ୍ୟରେ ଖାଦ୍ୟ ଓ କମ୍ବଳ ବଣ୍ଟନ କରିଥିଲେ। ଏହି ଖାଦ୍ୟ ଓ କମ୍ବଳ ଆଶ୍ରୟ ,ୟୁନିଟ ୫ , ଆଶ୍ରୟ ୟୁନିଟ ୩ ଓ ଖାରବେଳ ନଗର ବେଗସ ହୋମ ,କେ୮ କଳିଙ୍ଗ ନଗର, ଆଦୃତା, ଗଡକଣା,ରାମକୃଷ୍ଣ ବାଳଶ୍ରମ ଓ ରସୁଲଗଡ଼ ଆଦି ସଂସ୍ଥାରେ ବିତରଣ କରାଯାଇଥିଲା । ଲୁଲୁଭାଇଙ୍କୁ ମନେପକାଇ ଅମୀୟକନ୍ତ ଦାସ କହିଛନ୍ତି, "ଆଜି ଆମେ ମାନେ ଓଡ଼ିଶାର ଯୁବପିଢି ଙ୍କ ବହୁ ଆପଣାର ପ୍ରିୟର ସ୍ୱର୍ଗତ ଲୁଲୁ ଭାଇଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ ପାଳନ କରୁଅଛୁ । ସମାଜରେ ଲୁଲୁ ଭାଇଙ୍କ ପରି ଜଣେ ମଣିଷଟିଏ ର ଆବଶ୍ୟକତା ଖୁବ୍ ଅନୁଭୂତ ହେଉଛି ।ପାଞ୍ଚ ବର୍ଷ ପୂର୍ବେ ତାଙ୍କର ବିୟୋଗ ଆମ ପାଇଁ ଏକ ଅପୂରଣୀୟ କ୍ଷତି ସୃଷ୍ଟି କରିଦେଇଥିଲା । ସେ ଛାତ୍ର ଓ ଯୁବପିଢି ଙ୍କ ପରାମର୍ଶଦାତା ହେବ ସହ ସବୁବେଳେ ସମସ୍ତଙ୍କ ପାଇଁ କାର୍ଯ୍ୟ କରିଥିଲେ ।ସେ ତାଙ୍କ ଜୀବନ ସାଧାରଣ ଜନତାଙ୍କ ସେବାରେ ସମର୍ପଣ କରିଦେଇଥିଲେ । ଆମେ ଆଜିର କାର୍ଯ୍ୟକ୍ରମ ମାଧ୍ୟମରେ ଲୁଲୁଭାଈ ଙ୍କର ସ୍ମୃତିଚାରଣ କରିବା ସହ ତାଙ୍କ ଚଲାପଥରେ ଯିବା ପାଇଁ ଚେଷ୍ଟା କରୁଛୁ । କେବଳ ଭୁବନେଶ୍ବରରେ ନୁହେଁ ବରଂ ରାଜ୍ୟର ଅନେକ ସ୍ଥାନରେ ଲୁଲୁ ଭାଇଙ୍କ ସ୍ମୃତିରେ ଏହିଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି।" ସ୍ୱର୍ଗତ ଲୁଲୁଭାଇଙ୍କ ସ୍ମୃତିରେ ଗତକାଲି ସନ୍ଧ୍ୟା ସମୟରେ ସହିଦ ନଗର ଦୁର୍ଗାପୂଜା ମଣ୍ଡପରେ ଏହି ଶ୍ରଦ୍ଧାଞ୍ଜଳି ସଭା ସହିତ ୫୦୦ ଟି ମହମବତୀ ଜାଳି ଦିନଟିଏ ଶେଷ ହୋଇଥିଲା । ଏହି ଶ୍ରଦ୍ଧାଞ୍ଜଳି ସଭାରେ ଅନେକ ମନ୍ୟରଣ ବ୍ୟକ୍ତି ଯୋଗିଦାନ କରି ଲୁଲୁ ଭାଇଙ୍କ ଶ୍ରଦ୍ଧାଞ୍ଜଳି ଦେବା ସହ ତାଙ୍କ ସ୍ମୃତିଚାରଣ କରିଥିଲେ । ବହୁ ସଂଖ୍ୟାରେ ପରିବାର ସଦସ୍ୟ, ସାଙ୍ଗ ସାଥୀ ଏବଂ ସହଯୋଗୀମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।
ସ୍ୱର୍ଗତ ଲୁଲୁ ମହାପାତ୍ର ଙ୍କ ପଞ୍ଚମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

