ନିଆଁ ଲାଗି ଯୁବତୀ ଗୁରୁତର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଦେବଗଡ: ଦେବଗଡ଼ ଜିଲ୍ଲା ନୀଳବେରଣୀ ସାହିରେ ଚୁଲି ନିଆଁ ଲାଗି ଜଣେ ଯୁବତୀ ଗୁରୁତର ହୋଇଥିବା ସୂଚନା ମିଳିଛି। ଯୁବତୀ ଜଣକ ହେଲେ ରାଉଲକେଲା ର ଲକ୍ଷ୍ମୀ ଲୁଗୁନ୍ । ଗତକାଲି ଲକ୍ଷ୍ମୀ ନିଜ ଭଉଣୀ ଘରକୁ ଆସିଥିଲେ। ଆଜି ସକାଳୁ ଶୀତ ଯୋଗୁଁ ନିଆଁ ପୋଉଁ ଥିଲେ ।ତେବେ ଅସାବଧାନତା ଯୋଗୁ ତାଙ୍କ ଲୁଗାରେ ନିଆଁ ଲାଗିଯାଇଥିଲା । ତାଙ୍କ ଶରୀର ର ୫୦ ଭାଗ ପୋଡିଯାଇଛି ।ଗୁରୁତର ଅବସ୍ଥାରେ ତାଙ୍କୁ ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା। ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବୁର୍ଲା ସ୍ଥାନନ୍ତର କରାଯାଇଛି ।

powered by social2s