"କାର୍ତ୍ତିକେ ରାଧା ଦାମୋଦର" ମହାପ୍ରଭୁ ଶ୍ରଜଗନ୍ନାଥଙ୍କ ଶ୍ରୀ ଚରଣ ରେ ସମର୍ପିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦର ପ୍ରିୟ ଦିବଂଗତ ପ୍ରତିଷ୍ଠାତା ସଭାପତି ଶ୍ରୀ ଗୋପୀନାଥ ମହାନ୍ତି ଙ୍କ ମାସିକିଆ ଅବସରରେ ଓଡ଼ିଶା ରେ ପ୍ରଥମ ଥର ପାଇଁ ପରିଷଦ ଦ୍ବାରା ପ୍ରସ୍ତୁତ ଓ ପ୍ରବକ୍ତା ପଣ୍ଡିତ ଶ୍ରୀଯୁକ୍ତ ଦାଶରଥି ସାମନ୍ତରାୟ ଙ୍କ ଦ୍ଵାରା ପ୍ରାଞ୍ଜଳ ଭାବେ ପ୍ରକାଶ ପରିଷଦ ର କର୍ମକର୍ତ୍ତା ଉପସ୍ଥିତି ରେ "କାର୍ତ୍ତିକେ ରାଧା ଦାମୋଦର "ମହାପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ଶ୍ରୀଚରଣ ରେ ସମର୍ପିତ କରାଯାଇଥିଲା । 

 

ସଭାପତି ଶ୍ରୀ ପ୍ରଭାତ କୁମାର ନନ୍ଦ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଦାଶରଥି ସାମନ୍ତରାୟ "କାର୍ତିକେ ରାଧା ଦାମୋଦର" ବିଷୟରେ ସମସ୍ତଙ୍କୁ ଅବଗତ କରାଇଥିଲେ, ଶ୍ରୀମତୀ ସଞ୍ଚିତା ମହାନ୍ତି, ସମ୍ପାଦକ ନାରାୟଣ ମହାପାତ୍ର, ଦାଶରଥି ସାମନ୍ତରାୟ, ଉପଦେଷ୍ଟା ରବିନାରାୟଣ ମିଶ୍ର, ବାଳକୃଷ୍ଣ ପଣ୍ଡା, ଯୁଗ୍ମ ସମ୍ପାଦକ ଅଜୟ ହରିଚନ୍ଦନ, କୋଷାଧ୍ୟକ୍ଷ ଅଖିଳ କୁମାର ସାହୁ, ଗୌରାଙ୍ଗ ନାୟକ, ଶରତ କୁମାର ବେହେରା, ଅଚ୍ୟୁତ ପ୍ରସାଦ ବେହେରା,ଶ୍ରୀନିବାସ ରାଓ ଓ ଅନ୍ୟାନ୍ୟ ସଦସ୍ୟ ମାନଙ୍କ ଉପସ୍ଥିତିରେ ଏହାକୁ ୟୁଟୁବ ଓ ଅନ୍ୟାନ୍ୟ ମିଡ଼ିଆ ରେ ପ୍ରସାରଣ ନିମନ୍ତେ ଉନ୍ମୋଚିତ ହୋଇଥିଲା । 

 

ପୂର୍ବରୁ ପରିଷଦ ପକ୍ଷରୁ "ସ୍କନ୍ଦପୁରାଣ'ର ୧୬ଟି ଭାଗ, ପାଞ୍ଚ ରାତ୍ର ଧାରାରେ ଶ୍ରୀ ଜଗନ୍ନାଥ" ର ୫ଟି ଭାଗ,"ବୈଷ୍ଣବ ଭାବନାରେ ଶ୍ରୀଜଗନ୍ନାଥ" ର ୨ଟି ଭାଗ ଓ ପୁରାତନ ଭଜନ ର ଭକ୍ତି ପୁଷ୍ପାଞ୍ଜଳି କାର୍ଯ୍ୟକ୍ରମର ୪ ଭାଗ ୟୁଟୁବ ଓ ଅନ୍ୟାନ୍ୟ ମିଡ଼ିଆ ରେ ପ୍ରସାରଣ ନିମନ୍ତେ ଉନ୍ମୋଚିତ ହୋଇ ଯାଇଛି ।  ଓଡ଼ିଶା ରେ ପ୍ରଥମ ଥର ପାଇଁ ଏହି ମହାନ ଉଦ୍ୟମ କୁ ଦେଖିବା ଓ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟ କୁ ଶୁଣାଇବାକୁ ବିନମ୍ର ଅନୁରୋଧ କରିଛି ଶ୍ରୀ ଜଗନ୍ନାଥ ସଂସ୍କୃତି ପରିଷଦ । 

 

 

powered by social2s