ଭୁବନେଶ୍ୱର: ବିଂଶତମ ଅଞ୍ଜଳି ଆନ୍ତର୍ଜାତୀୟ ଶିଶୁ ଏବଂ ଯୁବ ମହୋତ୍ସବ ୨୦୨୧ ର ଉଦଘାଟନ ସମାରୋହ ସ୍ୱାଭିମାନ ସ୍ବେଚ୍ଛାସେବୀ ସଂଗଠନର କାର୍ଯ୍ୟାଳୟ ରେ ଅନଲାଇନ୍ ଭିଡିଓ ବୈଠକ ମାଧ୍ୟମରେ ଅନୁଷ୍ଠିତ ହୋଇଯାଇଛି।
ଉକ୍ତ ବୈଠକରେ ସମ୍ମାନିତ ଅତିଥି ଭାବରେ ଶ୍ରୀମତୀ ଆରତୀ ଆହୁଜା (ସମ୍ପାଦକ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଓଡ଼ିଶା ସରକାର); ଶ୍ରୀମତୀ ନିବେଦିତା ସ୍କଡର (ସଭାପତି, ସ୍ୱାଭିମାନ ଏବଂ ଉନ୍ନୟନ); ଶ୍ରୀ ସବ୍ୟସାଚୀ ମିଶ୍ର(ଅଭିନେତା ଓଡିଆ ଚଳଚ୍ଚିତ୍ର), ଡ. ଶ୍ରୁତି ମହାପାତ୍ର( ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ସ୍ୱାଭିମାନ ଏବଂ ମୁଖ୍ୟ ସଂଯୋଜକ ଅଞ୍ଜଳି) ପ୍ରମୁଖ ଉପସ୍ଥିତ ଥିଲେ। ସୁଲଗ୍ନା ରାଉତରାୟ , ବିଶିଷ୍ଟ ଉପସ୍ଥାପିକା କାର୍ଯ୍ୟକ୍ରମର ଧାରା ବିବରଣୀ ପ୍ରଦାନ କରିଥିଲେ। ଶ୍ରୀମତୀ ତନ୍ମୟୀ ସାହୁ, ପରିଚାଳକ, ସ୍ୱାଭିମାନ ଅଞ୍ଜଳି ମହୋତ୍ସବ ସମ୍ପର୍କରେ ସୂଚନା ପ୍ରଦାନ ପୂର୍ବକ ସ୍ୱାଭିମାନ ସ୍ବେଚ୍ଛାସେବୀ ସଂଗଠନ ର କାର୍ଯ୍ୟ ଏବଂ ଭିନ୍ନକ୍ଷମ ମାନଙ୍କ ଅଧିକାର ପାଇଁ କିପରି ଦୀର୍ଘ ବର୍ଷ ଧରି କାର୍ଯ୍ୟରତ ବର୍ଣ୍ଣନା କରିଥିଲେ। ଡ଼. ମହାପାତ୍ର ନିଜର ଅଭିଭାଷଣ ମାଧ୍ୟମରେ କହିଥିଲେ ଯେ ସ୍ୱାଭିମାନ ପରିବାର ର ମିଳିତ ଉଦ୍ୟୋଗ ଏବଂ ବିଭିନ୍ନ ବର୍ଗର ଲୋକ ମାନଙ୍କର ଭଲପାଇବା ଓ ସହଯୋଗ ଯୋଗୁଁ ଅଞ୍ଜଳି ମହୋତ୍ସବ ବହୁ ବାଧା ବିଘ୍ନକୁ ପ୍ରତିହତ କରି ୨୦ ବର୍ଷ ରେ ପଦାର୍ପଣ କରିପାରିଛି। ସେଥିପାଇଁ ସେ ସମସ୍ତଙ୍କୁ ଶୁଭକାମନା ଓ ଶୁଭେଚ୍ଛା ଜଣାଇଛନ୍ତି।ସ୍ୱାଭିମାନ ହେଉଛି ଏକ ପଞ୍ଜୀକୃତ, ସ୍ବେଚ୍ଛାସେବୀ ସଂଗଠନ ଯାହା ଦିବ୍ୟାଙ୍ଗ ମାନଙ୍କ ଅଧିକାର ପାଇଁ କାର୍ଯ୍ୟରତ ଅଟେ। ଓଡିଶା, ଭାରତ ଏବଂ ଦକ୍ଷିଣ ଏସିଆରେ ଭିନ୍ନକ୍ଷମଙ୍କ ପାଇଁ ଓକିଲାତି ଏବଂ ସେବା କରିବା ଦିଗରେ ସର୍ବଦା ଉତ୍ସର୍ଗୀକୃତ | ଅଞ୍ଜଳି ହେଉଛି ଭାରତର ପ୍ରଥମ ଏବଂ ଏକ ମାତ୍ର ଆନ୍ତର୍ଜାତୀୟ ଶିଶୁ ଏବଂ ଯୁବ ମହୋତ୍ସବ ଯାହା କୌଣସି ବାଛବିଚାର ନରଖି ଦିବ୍ୟାଙ୍ଗ ପିଲାମାନଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ କରାଇବା ସହିତ, ସେମାନଙ୍କର ଅନ୍ତର୍ନିହିତ ଗୁଣାବଳିର ପ୍ରଦର୍ଶନ, ବିକାଶ ଏବଂ ବାଲ୍ୟକାଳର ପୁନରୁଦ୍ଧାର ପାଇଁ ଲକ୍ଷ୍ୟ ରଖିଛି। ଶ୍ରୀ ପ୍ରମୋଦ କୁମାର ମହାପାତ୍ର, ସାଙ୍କେତିକ ଭାଷା ବିଶେଷଜ୍ଞ ଭାବରେ ଉକ୍ତ ସଭାର ଧାରା ବିବରଣୀ ଵାକ୍ ଶକ୍ତି ଓ ଶ୍ରବଣ ବାଧିତ ବ୍ୟକ୍ତି ମାନଙ୍କ ପାଇଁ ପ୍ରଦାନ କରିଥିଲେ।
ମାତ୍ର ୭୭ ପିଲାଙ୍କୁ ନେଇ ଆରମ୍ଭ ହୋଇଥିବା ଅଞ୍ଜଳି ମହୋତ୍ସବ ଇତିମଧ୍ୟରେ ୨୫ ରାଜ୍ୟର ୫୦ ହଜାର ପିଲା ଓ ଯୁବକ ତଥା ୭ ଟି ଦେଶରେ ପହଞ୍ଚି ପାରିଛି। ଅଞ୍ଜଳି ଶିଶୁ ମହୋତ୍ସବର ୨୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଏକ ଭିଡିଓ ପ୍ରଦର୍ଶିତ ହୋଇଥିଲା ଯାହା ବିଗତ ବର୍ଷ ଗୁଡ଼ିକର ସ୍ମୃତି ଉଜାଗର କରିଥିଲା। ଅଭିନେତା ସବ୍ୟସାଚୀ ଏହି ମୁହୂର୍ତ୍ତକୁ ଦେଖି ଭାବବିହ୍ବଳ ହୋଇ ଯାଇଥିଲେ। ଅଞ୍ଜଳି ଶିଶୁ ଏବଂ ଯୁବ ମହୋତ୍ସବର ବ୍ରାଣ୍ଡ ଆମ୍ବାସାଡର ରୂପେ ତାଙ୍କୁ ଦୀର୍ଘଦିନ ହେବ ସମ୍ମାନିତ କରାଯାଇଥିବାରୁ ସେ ନିଜକୁ ଧନ୍ୟ ଓ ଗର୍ବିତ ମନେ କରୁଛନ୍ତି।
ଏହି ବର୍ଷ ମଧ୍ୟ ବିଗତ ବର୍ଷ ଗୁଡ଼ିକ ପରି ଶ୍ରୀ ଅନନ୍ତ କୁମାର ନାୟକଙ୍କୁ, ଦୃଷ୍ଟି ବାଧିତ(ସହାୟକ ରେଜିଷ୍ଟ୍ରାର ସମବାୟ ସମିତି, ବଲାଙ୍ଗିର, ଓଡ଼ିଶା ସରକାର); ଶ୍ରୀ ସ୍ୱାଧୀନ କୁମାର ପ୍ରଧାନ, ଦୃଷ୍ଟି ବାଧିତ(ଭାରତୀୟ ରେଳ ସେବା) ଉଭୟଙ୍କୁ ୨୦ହଜାର ଆର୍ଥିକ ପ୍ରୋତ୍ସାହନ,ଉତ୍ତରୀୟ ଓ ମାନପତ୍ର ପୁରସ୍କାର ଅଞ୍ଜଳି ସାହସିକତା ପାଇଁ; ଶ୍ରୀ ଗୁଲସନ୍ କୁମାରଙ୍କୁ( ଦିଲ୍ଲୀ) ସେବା କ୍ଷେତ୍ରରେ(ଚଳ ପ୍ରଚଳ ଜନିତ ଅକ୍ଷମତା ଯୁକ୍ତ ବ୍ୟକ୍ତି) ୨୫ ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ, ଉତ୍ତରୀୟ ଓ ମାନପତ୍ର ପୁରସ୍କାର ପ୍ରଦାନ କରାଯାଇଥିଲା।ତପସ୍ୱିନୀ ଦାସ,ଦୃଷ୍ଟି ବାଧିତ(ଓଡିଶା ସରକାର ଅଧୀନରେ ଥିବା ଓଡିଶା ଟ୍ୟାକ୍ସ ଏବଂ ଆକାଉଣ୍ଟ ସର୍ଭିସର ଅର୍ଥ ବିଭାଗରେ ଅଧିକାରୀ)୧୦ ହଜାର ଟଙ୍କା ଆର୍ଥିକ ପ୍ରୋତ୍ସାହନ, ଉତ୍ତରୀୟ ଓ ମାନପତ୍ର ମାଧ୍ୟମରେ ସ୍ବତନ୍ତ୍ର ବିଚାରକ ମଣ୍ଡଳୀ ପୁରସ୍କାର ପ୍ରଦାନ କରାଯାଇଥିଲା ଯାହା ସେ ଉକ୍ତ ସଭାରେ ଉପସ୍ଥିତ ହୋଇ ଗ୍ରହଣ କରିଥିଲେ। ଜଣେ ପ୍ରଶାସନିକ ଅଧିକାରୀ ଭାବରେ ନିଜର ଜୀବନର ମନ୍ତ୍ର କୁ ସେ ସ୍ବପ୍ନ ଦେଖିବା, ସାହସ ଦେଖାଇବା ଓ କରିଦେଖାଇବା ର ଦୃଢ଼ ମନୋବଳ ମାଧ୍ୟମରେ ଦେଖାଇଥିଲେ ଓ ସଫଳତାର ମୁଖ୍ୟ ନୀତି ପାଳନ କରିବା ଦିଗରେ ସର୍ବଦା ଉତ୍ସର୍ଗୀକୃତ ହେବା ବୋଲି ଶ୍ରୋତା ମାନଙ୍କୁ ଜଣାଇଥିଲେ।
ସଭା ପରିଶେଷରେ ଶ୍ରୀ ମିହିର ମହାନ୍ତି, କୋଷାଧ୍ୟକ୍ଷ ଓ କାର୍ଯ୍ୟନିର୍ବାହୀ ଅଧିକାରୀ ସ୍ୱାଭିମାନ ସମସ୍ତ ଶ୍ରୋତା, ଅତିଥି, ଆୟୋଜକ ମଣ୍ଡଳୀ, ସ୍ୱାଭିମାନ ର ସଦସ୍ୟ ବୃନ୍ଦ ତଥା ସଭାପତିଙ୍କୁ ଧନ୍ୟବାଦ ଅର୍ପଣ କରି ଆଜିର ସଭାକାର୍ଯ୍ୟ ମୁଲତବୀ କରିବା ସହିତ ଆସନ୍ତା ୨୨ ତାରିଖ ପର୍ଯ୍ୟନ୍ତ ଅଞ୍ଜଳି ମହୋତ୍ସବ ର ବିଭିନ୍ନ କାର୍ଯ୍ୟକ୍ରମ ଗୁଡିକରେ ସାମିଲ ହେବା ସହିତ ପ୍ରତିଯୋଗୀ ମାନଙ୍କୁ ଉତ୍ସାହିତ କରିବା ପାଇଁ ସୂଚନା ଦେଇଥିଲେ।
ବିଂଶତମ ଅଞ୍ଜଳି ଆନ୍ତର୍ଜାତୀୟ ଶିଶୁ ଏବଂ ଯୁବ ମହୋତ୍ସବ ୨୦୨୧ ର ଉଦଘାଟନ ସମାରୋହ ଅନଲାଇନ୍ ଭିଡିଓ ବୈଠକ ମାଧ୍ୟମରେ ଅନୁଷ୍ଠିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

