ବୁଦ୍ଧ ଆର୍ଟ ଗ୍ୟାଲେରୀ ରେ ଚିତ୍ରକଳା ପ୍ରଦର୍ଶନୀ ଆୟୋଜିତ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶା ଲଳିତ ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ଵାରା ନିଳେନ୍ଦ୍ରୀ ବିହାର ଠାରେ ଅବସ୍ଥିତ ବୁଦ୍ଧ ଆର୍ଟ ଗ୍ୟାଲେରୀରେ ଆୟୋଜିତ ହୋଇଛି ଏକାଡେମୀ ଦ୍ଵାରା ସଂଗୃହିତ ଚିତ୍ରକଳା ପ୍ରଦର୍ଶନୀ ।ଚିତ୍ରକଳା ପ୍ରଦର୍ଶନୀକୁ ବରିଷ୍ଠ ଚିତ୍ରଶିଳ୍ପୀ ତଥା ଓଡ଼ିଶା ଲଳିତ କଳା ଏକାଡେମୀ ର ପୂର୍ବତନ ସଭାପତି ଶ୍ରୀ ଜଗଦୀଶ ଚନ୍ଦ୍ର କାନୁନଗୋ ପ୍ରଦୀପ ପ୍ରଜ୍ୱଳୋନ ଶୁଭ ଉଦ୍ଘାଟନ କରିଥିଲେ । ଉଦଘାଟନ ଅବସରରେ ଏକାଡେମୀ ର ସଚିବ ପଞ୍ଚାନନ ସାମଲ, ଶିଳ୍ପୀ ସୁଶାନ୍ତ କୁମାର ସିଂ ସାମନ୍ତ, ସୁବ୍ରତ ମହାନ୍ତି ଓ ପ୍ରଶାନ୍ତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ । ପ୍ରଦର୍ଶନୀରେ ଏକାଡେମୀ ଦ୍ଵାରା ସଂଗୃହିତ ସୁନ୍ଦର ସୁନ୍ଦର ୧୪୫ ଟି ଚିତ୍ର ର ପ୍ରଦର୍ଶନୀ ସହିତ ସୁଲଭ ମୂଲ୍ୟରେ ବିକ୍ରୟ ର ବ୍ୟବସ୍ଥା ମଧ୍ୟ କରାଯାଇଛି, ଯାହାଫଳରେ ସାଧାରଣ ଲୋକ ଙ୍କ ପାଖରେ ଚିତ୍ରକଳା ପହଞ୍ଚି ପାରିବ । ପ୍ରଥମ ଥର ପାଇଁ ଏକାଡେମୀ ରେ ଥିବା ସଂଗୃହିତ କଳାକୃତି ଗୁଡ଼ିକର ଏହିପରି ବିକ୍ରୟ ବ୍ୟବସ୍ଥା କରାଯାଉଛି । ବିକ୍ରୟ ଲବ୍ଧ ଅର୍ଥକୁ "ଆର୍ଟିଷ୍ଟ ୱେଲଫେୟାର ଫଣ୍ଡ" ଜରିଆରେ ପୁଣି ଶିଳ୍ପୀ ମାନଙ୍କ ପାଖରେ ପହଞ୍ଚିବା ପାଇଁ ଏହା ଏକ ଅଭିନବ ପ୍ରୟାସ। ଏହା ଫଳରେ ଆଗାମୀ ଦିନରେ ଅନେକ ଶିଳ୍ପୀ ଶିବିର ଆୟୋଜନ ହେଇପାରିବ ଏବଂ ଶିବିରରେ ପ୍ରସ୍ତୁତ କଳାକୃତି ଗୁଡ଼ିକୁ ଅଫ୍ ଲାଇନ ଓ ଅନ ଲାଇନ ମାଧ୍ୟମ ରେ ସୁଲଭ ମୂଲ୍ୟରେ ଚିତ୍ର ପ୍ରେମୀ ତଥା ସାଧାରଣ ଲୋକଙ୍କ ପାଖରେ ମଧ୍ୟ ପହଞ୍ଚିଯାଇପାରିବ ।

powered by social2s