ଭୁବନେଶ୍ୱର: ସିଏସ୍ଆଇଆର-ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମିନେରାଲ୍ ଆଣ୍ଡ ମ୍ୟାଟେରିଆଲ୍ସ ଟେକ୍ନୋଲୋଜିର ଏନଭରମେଣ୍ଟ୍ ଆଣ୍ଡ ସଷ୍ଟେନବିଲିଟି ଡିପାର୍ଟମେଣ୍ଟ ଦ୍ବାରା ଆଜାଦୀ କା ଅମ୍ରିତ୍ ମହୋତ୍ସବ ଅବସରରେ ‘ବାୟୋଚାର ଉତ୍ପାଦନର ପ୍ରୟୋଗ ଏବଂ ପ୍ରଣାଳୀ’ ଉପରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ସିଏସ୍ଆଇଆର-ଆଇଏମ୍ଏମ୍ଟି କାର୍ଯ୍ୟକାରୀ ନିର୍ଦ୍ଦେଶକ ଡ. ଭାଗ୍ୟଧର ଭୋଇ ଉଦ୍ଘାଟନ କରି ଏହି ଦକ୍ଷତା ବିକାଶ ପଦକ୍ଷେପର ଗୁରୁତ୍ଵ ଉପରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ବୈଜ୍ଞାନିକ ଡ. ଏକେ ସାହୁ, ଏଚ୍ଆରଡି ମୁଖ୍ୟ ଡ. ଡିଏସ୍ ରାଓ, ଇ ଆଣ୍ଡ୍ ଏସ୍ ବିଭାଗ ମୁଖ୍ୟ ଡ. ଏନ୍କେ ଧଳ, ଡ. ଏସ୍ ପ୍ରଧାନ ପ୍ରମୁଖ ଯୋଗଦେଇ ଅଂଶଗ୍ରହଣକାରୀଙ୍କୁ ସମ୍ବୋଧନ କରିଥିଲେ। ଇ ଆଣ୍ଡ ଏସ୍ ବିଭାଗର ପ୍ରିନ୍ସିପାଲ ସାଇଣ୍ଟିଷ୍ଟ ଡ.ମନୀଷ କୁମାର ଯୋଗଦେଇ ବାୟୋଚାରୋ ଉତ୍ପାଦନର ପ୍ରଶିକ୍ଷଣ ଏବଂ ରୋଟେବୁଲ କିଲନ ପ୍ରଣାଳୀ କୃଷକମାନଙ୍କୁ ଦର୍ଶାଇଥିଲେ। ବାୟୋଚାର ଉତ୍ପାଦନ ଏବଂ ମୃତିକା ପ୍ରୟୋଗ ପରିବେଶ ପ୍ରଦୂଷଣକୁ ରୋକି ଥାଏ ଏବଂ ହ୍ରାସ କରିଥାଏ ବୋଲି ମତପ୍ରକାଶ କରିଥିଲେ। କାର୍ଯ୍ୟକ୍ରମରେ ୨୫ ଜଣ ପ୍ରଗତିଶୀଳ କୃଷକ ଯୋଗଦେଇ ତାଲିମ ଗ୍ରହଣ କରିଛନ୍ତି।
କୃଷକ ଦକ୍ଷତା କାର୍ଯ୍ୟକ୍ରମ ଅନୁଷ୍ଠିତ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

