ଭୁବନେଶ୍ୱର:ଓଡ଼ିଶାର ବିଭିନ୍ନ ଶୈବ ପୀଠରେ ପଂଚୁକବ୍ରତ ଆରମ୍ଭ ହୋଇଛି ।ଧବଳେଶ୍ୱର ,ଲୋକନାଥ ଓ ଚନ୍ଦ୍ରଶେଖର ପୀଠରେ ଚାଲିଛି ସ୍ଵତନ୍ତ୍ର ପୂଜା ।ଭଦ୍ରକ ଜିଲ୍ଲା ଆରଡି ରେ ଥିବା ବାବା ଆଖଣ୍ଡଳମଣି ମନ୍ଦିରରେ କୋରୋନା କଟକଣା ମଧ୍ୟରେ ଚାଲିଛି ନିତିକାନ୍ତି ଓ ଦର୍ଶନ ।ପଞ୍ଚାନନ ବେଶରେ ଦର୍ଶନ ଦେଉଛନ୍ତି ବାବା ଆଖଣ୍ଡଳମଣି। ପଂଚୁକ ବ୍ରତ ପାଇଁ ପୁରୀ ଶ୍ରୀ ମନ୍ଦିରରେ ଶ୍ରୀଜୀଉ ଙ୍କ ଲକ୍ଷ୍ମୀ ନାରାୟଣ ବେଶ କରାଯାଇଛି ।ଭକ୍ତ ଙ୍କ ଦର୍ଶନ ପାଇଁ ବନ୍ଦ ରହିଛି ଶ୍ରୀମନ୍ଦିର ।ସୁରକ୍ଷା ଦୃଷ୍ଟିରୁ ୩୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ଅଛନ୍ତି ।
powered by social2s

