ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ପକ୍ଷରୁ ଶୀତ ସାହିତ୍ୟ ଆସର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ଭୁବନେଶ୍ୱର: ପବିତ୍ର ଶିଶୁ ଦିବସ ଅବସରରେ "ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଆନୁକୂଲ୍ୟରେ ରେ ଗତକାଲି ସମେଇଗାଡ଼ିଆ ମଞ୍ଚେଶ୍ୱର ଭୁବନେଶ୍ୱର ଠାରେ 'ଶୀତ ସାହିତ୍ୟ ଆସର ' ଅନୁଷ୍ଠିତ ହୋଇ ଯାଇଅଛି। ଅନୁଷ୍ଠାନ ର " ଶାରଦୀୟ ବିଶେଷାଙ୍କ " ପୁସ୍ତକ ମଧ୍ୟ୍ୟ ଅତିଥି ମାନଙ୍କ କରକମଳ ରେ ଲୋକାର୍ପିତ ହୋଇଯାଇଅଛି, ଅନୁଷ୍ଠାନ ର ସଭାପତି ଶ୍ରୀମାନ ଚକ୍ରଧର ତ୍ରିପାଠୀ ଙ୍କ ସଭାପତିତ୍ୱ ରେ ଉକ୍ତ କାର୍ଯ୍ୟକ୍ରମ ଟି ସମହିତ ହୋଇ ଯାଇଅଛି,ଅନୁଷ୍ଠାନ ର ମାର୍ଗଦର୍ଶକ କବି ଶ୍ରୀ ପ୍ରସନ୍ନ ପଟ୍ଟଶାଣୀ ଦ୍ୱାରା ପ୍ରଦୀପ ପ୍ରଜ୍ବଳନ ପୂର୍ବକ କାର୍ଯ୍ୟକ୍ରମ ଶୁଭ ଉଦଘାଟନ କରିଥିଲେ।

ମୁଖ୍ୟ ଅତିଥି ରମାକାନ୍ତ ମିଶ୍ର ଯେ କି ଜଣେ ପ୍ରବୀଣ ପ୍ରାଧ୍ୟାପକ, ନାଟ୍ୟକାର, କବି, ନିର୍ଦେଶକ ଓ ବଳିଷ୍ଠ  ଅଭିନେତା ସାହିତ୍ୟ ପ୍ରଚାର ଉପରେ ଆଲୋକପାତ କରିଥିଲେ, ସମ୍ମାନିତ ଅତିଥି ଭାବରେ ଅବସର ପ୍ରାପ୍ତ  ଷ୍ଟେଟବ୍ୟାଙ୍କ ପଦାଧିକାରୀ, ନାଟ୍ୟକାର, ନାଟ୍ୟନିର୍ଦ୍ଧେଶକ କବି ଶ୍ରୀଯୁକ୍ତ ଭବକୃଷ୍ଣ ମହାନ୍ତି ଯୋଗଦେଇ ସାହିତ୍ୟ ଅସାର ସଂଯୋଗକ ସହ କବି କବିୟତ୍ରୀ ମାନଙ୍କ ଉଚ୍ଚକୋଟୀର ଲେଖା ପାଇଁ ଉଚ୍ଚପ୍ରଶଂଶା କରିଥିଲେ। ମୁଖ୍ୟ ପ୍ରବକ୍ତା ଭାବ୍ବରେ ବିଜୟଲକ୍ଷ୍ମୀ ପ୍ରହରାଜ ( କରୋନା ମାଉସୀ ) ନିଜର ଅନୁଭୂତି କୁ ତାଙ୍କର ବକ୍ତବ୍ୟ ଛନ୍ଦରେ ସୁନ୍ଦର ଭାବରେ ଉପସ୍ଥାପନା କରିଥିଲେ।

 

ଅନ୍ୟତମ ସୁସାହିତ୍ୟକ ତଥା ଅନୁଷ୍ଠାନ ର ପୃଷ୍ଠାପୋଷାକ ଡ଼କ୍ଟର ଅନ୍ତର୍ଯ୍ୟାମୀ ତ୍ରିପାଠୀ ଅନୁଷ୍ଠାନ ଆଭିମୁଖ୍ୟ ସମ୍ପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ, ଅନୁଷ୍ଠାନ ପଥପ୍ରଦର୍ଶକ  ଆଦର୍ଶ ଶିକ୍ଷକ ଶ୍ରୀ ପଦ୍ମନାଭ ତ୍ରିପାଠୀ ସାହିତ୍ୟକ ମାନଙ୍କର ସମାଜ ଗଠନର ଭୂମିକା ସମ୍ପର୍କ ରେ ଆଲୋକପାତ କରି ଥିଲେ, ସମ୍ପାଦିକା ଶ୍ରୀମତୀ ସରସ୍ବତୀ ନାୟକ  ଶ୍ରୀଜଗନ୍ନାଥଙ୍କର  ଭଜନ ଗାନ କରି ଉପସ୍ଥିତ ସଜ୍ଜନମାନଂକୁ ବିମୋହିତ କରିଥିଲେ। ସର୍ବଶେଷ ରେ ଅନୁଷ୍ଠାନ ପ୍ରତିଷ୍ଠାତା ଶ୍ରୀମାନ ବଳରାମ ତରାଇ  ଉପସ୍ଥିତ ଅତିଥି ତଥା  କବି ଓ କବିୟତ୍ରୀ ଓ ସଭାରେ ଉପସ୍ଥିତ ରହିଥବା ସଜ୍ଜନ  ମାନଂକୁ ଧନ୍ୟବାଦ ଅର୍ପଣ କରିଥିଲେ।

 

 

powered by social2s