କଟକ: ପଞ୍ଚସଖାଙ୍କ ଦ୍ୱାରା ଭକ୍ତ ଶିରୋମଣି ଆଖ୍ୟା ପାଇଥିବା ଦାଶିଆ ବାଉରୀ ଙ୍କ ଜନ୍ମ ତିଥିରେ ଆଜି ତାଙ୍କୁ ମନେ ପକାଇଛନ୍ତି ଶ୍ରୀ ରଶ୍ମିରଞ୍ଜନ ଦାଶ।ପୁରୀ ଜିଲ୍ଲା ପିପିଲି ବ୍ଲକ ତେଇଶପୁର ଗ୍ରାମ ପଞ୍ଚାୟତ ରେ ଆଜିର ଦିନରେ ଜନ୍ମଗ୍ରହଣ କରିଥିଲେ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅତି ପ୍ରିୟ ଭକ୍ତ ଦାଶିଆ ବାଉରୀ। ଏହି ଅବସରରେ ଆଜି ତାଙ୍କୁ ମନେ ପକାଇ "ତୁ ଯେଉଁ ଦ୍ରବ୍ୟ ଯାଚି ଦେବୁ, ଆମ୍ଭେ ତା ଅବଶ୍ୟ ଭୁଞ୍ଜିବୁ" ନାମରେ ଏକ ଆଲେଖ୍ୟ ଉପସ୍ଥାପନ କରିଛନ୍ତି ରଶ୍ମିରଞ୍ଜନ।ଶ୍ରୀଜଗନ୍ନାଥ କିଭଳି ଭାବରେ ତାଙ୍କ ଭକ୍ତ ଦାସିଆ ବାଉରୀ ଙ୍କ ଭକ୍ତି ଅର୍ଘ୍ୟରେ ବସ ହୋଇଥିଲେ ତାହା ଏଥିରେ ସେ ଉଲ୍ଲେଖ କରିଛନ୍ତି।ଦାସିଆ ବାଉରୀ ନିଚ୍ଚ କୂଳରେ ଜାତ ହୋଇ ମଧ୍ୟ ଭଗବାନଙ୍କ ର ଅତି ପ୍ରିୟ ହୋଇପାରିଥିଲେ।ବାଉରୀଙ୍କ ଦ୍ୱାରା ପ୍ରେରିତ ନଡ଼ିଆ ବଢେଇବାର କ୍ଷଣି ଭଗବାନ ମହାପ୍ରଭୁ ଶ୍ରୀଜଗନ୍ନାଥ ଏହାକୁ ଗ୍ରହଣ କରିଥିଲେ।ସେହିଭଳି ଭକ୍ତ ଦାଶିଆ ବାଉରୀଙ୍କ ହାତରୁ କେବଳ ନଡ଼ିଆ ନୁହେଁ ଆମ୍ବ ମଧ୍ୟ ଗ୍ରହଣ କରିଥିଲେ ମହାପ୍ରଭୁ।ଶେଷରେ ଜଗନ୍ନାଥ ଦାସ, ବଳରାମ ଦାସ, ସାରଳା ଦାସ ଙ୍କ ଭଳି ପଞ୍ଚସଖା ବୋଲାଉଥିବା ମହା ପଣ୍ଡିତ ତାଙ୍କୁ ଭକ୍ତ ଶିରୋମଣିର ଆଖ୍ୟା ଦେଇଥିବା କଥା ଏହି ଆଲେଖ୍ୟ ରେ ସ୍ଥାନ ପାଇଛି।
ReplyForward
powered by social2s

