ଏଣିକି ସୂର୍ଯ୍ୟାସ୍ତ ପରେ ବି ହୋଇପାରିବ ଶବ ବ୍ୟବଛେଦ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ସୂର୍ଯ୍ୟାସ୍ତ ପରେ ହୋଇପାରିବ ମୃତ ବ୍ୟକ୍ତିଙ୍କ ଶବ ବ୍ୟବଚ୍ଛେଦ। ଏ ନେଇ ନୂଆ ପ୍ରୋଟୋକଲ ଜାରି କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ। ରାତି ଦିନ ଯେ କୌଣସି ସମୟରେ ହୋଇପାରିବ ଶବ ବ୍ୟବଛେଦ। ଆଗରୁ କେବଳ ଦିନ ସମୟରେ ହୋଇପାରୁଥିଲା ଶବ ବ୍ୟବଛେଦ। ସନ୍ଧ୍ୟା ୫ ଟା ପୂର୍ବରୁ ହୋଇପାରୁଥିଲା ଶବ ବ୍ୟବଚ୍ଛେଦ। ପୂର୍ବରୁ ସୂର୍ଯ୍ୟାସ୍ତ ପରେ ଆଲୁଅ ନଥିବା ଯୋଗୁଁ ଶବ ବ୍ୟବଛେଦ ରିପୋର୍ଟ ଭୁଲ ଆସୁଥିଲା, ତେଣୁ ଭିତ୍ତିଭୂମି ଥିବା ହସ୍ପିଟାଲରେ ଏଣିକି ହୋଇପାରିବ ଶବ ବ୍ୟବଚ୍ଛେଦ।

powered by social2s