ଭୁବନେଶ୍ୱର: ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ ପକ୍ଷରୁ ଆଜୀବନ ସଦସ୍ୟ ଓ ବିଶିଷ୍ଟ ଭଜନ କଣ୍ଠ ଶିଳ୍ପୀ ଶ୍ରୀ ଦାମୋଦର ସେନାପତି ଙ୍କ ର ସୋମବାର ଦିନ ବିୟୋଗ ଘଟିଥିଲା। ତାଙ୍କ ସ୍ମୃତିରେ ପରିଷଦ ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ସଭାପତି ଶ୍ରୀ ପ୍ରଭାତ କୁମାର ନନ୍ଦ ଙ୍କ ଅଧ୍ୟକ୍ଷତା ରେ ଏହି ସଭାରେ ଶ୍ରୀମତି ସଞ୍ଚିତା ମହାନ୍ତି, ବାଳକୃଷ୍ଣ ପଣ୍ଡା, ରବି ନାରାୟଣ ମିଶ୍ର, ଭାଗବାନ ପଣ୍ଡା, ସମ୍ପାଦକ ନାରାୟଣ ମହାପାତ୍ର, କୋଷାଧ୍ୟକ୍ଷ ଅଖିଳ କୁମାର ସାହୁ, ଯୁଗ୍ମ ସମ୍ପାଦକ ଅଜୟ ହରିଚନ୍ଦନ, ବାବାଜୀ ବିଶ୍ଵାଳ, ରବିନାରାୟଣ ମହାପାତ୍ର, ନିରଞ୍ଜନ ପଣ୍ଡା, ମୁରଲୀଧର ପଳେଇ, ସୁଶୀଲ ପଟ୍ଟନାୟକ, ବିମ୍ବାଧର ପଣ୍ଡା, ସୌଦାମିନୀ ପଣ୍ଡା, ସରୋଜିନୀ ପରମ ଗୁରୁ, ମିନତି ଷଡଙ୍ଗୀ, କୃଷ୍ଣ ଚନ୍ଦ୍ର ସାହୁ, ଲଲିତ ମୋହନ ପଣ୍ଡା, ଅଚ୍ୟୁତ ପ୍ରସାଦ ବେହେରା, ଶ୍ରୀନିବାସ ରାଓ, କାମେଶ୍ୱର ରାଓ, ବିକେ ଦାନି, ରାଧେଶ୍ୟାମ ଦଂଶନ, ଲୋକନାଥ ଆଚାର୍ଯ୍ୟ, ତନୁଜା ରଥ, ମନୋରମା ମିଶ୍ର, ଉଷା ମିଶ୍ର ଓ ବହୁ ସଂଖ୍ୟାରେ ସଦସ୍ୟ ଓ ସଦସ୍ୟା ମାନେ ଗୁଗୁଲ ମିଟ୍ ରେ ଯୋଗଦେଇଥିଲେ। ଗତ ସୋମବାର "ଦୟାକର ଦୀନବନ୍ଧୁ ଶୁଭେ ଯାଉ ଆଜ ଦିନ", "ଏମିତି ଏ ବଡ଼ଦାଣ୍ଡ" "ମନରେ ହରି ନାମ ଭାଜ" ଏପରି ୩ଗୋଟି ଭଜନ ଭକ୍ତ ଶିରୋମଣି ଦାସିଆ ପୀଠ ରେ ଭଜନ ପରିବେଷଣ କଲା ପରେ ସେ ଅସୁସ୍ଥ ହୋଇ ପଡ଼ିବାରୁ ତାଙ୍କୁ ଭୁବନେଶ୍ୱର ଅଣାଯାଇ ସ୍ପର୍ଶ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା। କିଛି ସମୟ ର ଚିକିସ୍ଥା ପରେ ସୁସ୍ଥ ଲାଗିବାରୁ ନିଜେ ଖଟରୁ ଉଠି ଆମ ସହିତ କଥା ହୋଇ ଘରକୁ ଯିବା ପାଇଁ କହିଲେ, ସାନ ପୁଅ ବିଶ୍ବରଂଜନ ମଧ୍ୟ ଘରକୁ ନେଇଯିବା ପାଇଁ କହିବାରୁ ତାଙ୍କ କାର ରେ ଘରକୁ ଗଲେ, ପୁନଶ୍ଚ ୧୧.୩୦ ମିନଟ ପୁଅ ଫୋନ କଲେ ଯେ ବାପା ଖାଇ ସାରିବା ର କିଛି ସମୟ ପରେ ଅଚେତ ହୋଇଯାଇଛନ୍ତି। ସାଙ୍ଗେ ସାଙ୍ଗେ ପୁଣି ଥରେ ସ୍ପର୍ଶ ହସ୍ପିଟାଲ କୁ ଆଣି ଶେଷ ସମୟର ସମସ୍ତ ପ୍ରକାର ଚିକିତ୍ସା ଓ ପରୀକ୍ଷା କରାଯାଇ ରିସିଭ ଡେଡ ବୋଲି ଡାକ୍ତର ଜଣାଇଥିଲେ। ତତପରେ ଡେଥ ସାର୍ଟିଫିକେଟ ଓ ଆନୁଷଙ୍ଗିକ କାଗଜ ପତ୍ର କରାଯାଇ ପ୍ରାୟ ୧ ଘଟିକା ସମୟ ରେ ହସ୍ପିଟାଲ୍ ରୁ ଘରକୁ ପୁଅ ଓ ସମ୍ପର୍କୀୟ ମାନେ ନେଇ ଯାଇଥିଲେ। ରାତ୍ର ପ୍ରାୟ ୫ ଘଟିକା ସମୟରେ ପୁରୀ ସ୍ଵର୍ଗଦ୍ଵାର ଶ୍ମଶାନରେ ସାନ ପୁଅ ବିଶ୍ବରଂଜନ ମୁଖଗ୍ନି ଦେଇ ଫେରି ଆସିଥିଲେ ଓ ତାଙ୍କ ଗ୍ରାମ ବଇଆଲିଶ ମୌଜା ଠାରେ ସମସ୍ତ ଶୁଦ୍ଧିକ୍ରିୟା କାର୍ଯ୍ୟ କ୍ରମ କରିବାକୁ ନିଷ୍ପତି ନେଇ ଚାଲି ଯାଇଥିଲେ। ସେ ଜଣେ ଶ୍ରୀଜଗନ୍ନାଥ ଙ୍କ ଅନନ୍ୟ ଭକ୍ତ ପାଗଳ ଥିଲେ। ସବୁ ସମୟରେ ସବୁ ଜାଗାରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଗୀତ ଗାଇବାକୁ ଭଲ ପାଉଥିଲେ। ପବିତ୍ର କାର୍ତ୍ତିକ ଶୁକ୍ଳ ଏକାଦଶୀ ଦିନ ଭକ୍ତ ଦାସିଆ ସ୍ମୃତି ପୀଠ ରେ ତିନୋଟି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭଜନ ପରିବେଷଣ କରିବା ପରେ ସେ ମହାପ୍ରଭୁଙ୍କ ଶ୍ରୀଚରଣ ରେ ସମର୍ପିତ ହୋଇ ଯାଇଥିଲେ। ଜଗନ୍ନାଥ ସଂସ୍କୃତି ପରିଷଦ ର ସମସ୍ତଙ୍କ ପାଖରେ ପରିଚିତ ଓ ଅତି ସରଳ ବ୍ୟକ୍ତିତ୍ଵ ଥିଲେ। ପରିଷଦ ଓ ବହୁ ସଂଖ୍ୟାରେ ସେ ଅନ୍ୟାନ୍ୟ ଅନୁଷ୍ଠାନ ରେ ସେ ମହାପ୍ରଭୁଙ୍କ ଭଜନ ପରିବେଷଣ କରିଥିଲେ, ସଦସ୍ୟ ମାନେ ତାଙ୍କ ସାଙ୍ଗରେ ଘଟି ଯାଇଥିବା ପୁରୁଣା ସ୍ମୃତିକୁ ମନେପକାଇଥିଲେ,ତାଙ୍କ ବିୟୋଗ ରେ ସମସ୍ତଙ୍କ ମନରେ ଶୋକର ଛାୟା ଖେଳି ଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ କୃପାରୁ ତାଙ୍କ ଆତ୍ମା ର ସଦଗତି ପାଇଁ ପରିଷଦ ର ସଦସ୍ୟ ମାନେ କାମନା କରିଛନ୍ତି । ଶେଷରେ ବିଷ୍ଣୁ ଙ୍କ ସ୍ରୋତ ବୋଲା ଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା।
ଦାମୋଦର ସେନାପତି ଙ୍କ ବିୟୋଗ ରେ ଶ୍ରଦ୍ଧାଞ୍ଜଳି ସଭା
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

