ଆଠଗଡ଼: ଆଜି ବଡ଼ ଓଷା। କଟକ ଜିଲ୍ଲା ଆଠଗଡ଼ ସ୍ଥିତ ବାବା ଧବଳେଶ୍ବର ଙ୍କ ପୀଠରେ ଜାରି ହୋଇଛି ୧୪୪ ଧାରା। ବାବା ଧବଳେଶ୍ବର ଙ୍କ ବଡ଼ ସିଂହାର ବେଶ କରାଯାଇଛି। କିନ୍ତୁ କୋଭିଡ କଟକଣା ପାଇଁ ବେଶ ଦର୍ଶନ ରୁ ବଂଚିତ ରହିଛନ୍ତି ଶ୍ରଦ୍ଧାଳୁ । ଭୋର ୪ ଟା ରୁ ପହଡ଼ ଖୋଲା ଯାଇ ୧୦୮ ପବିତ୍ର ପଞ୍ଚାମୃତ ଜଳରେ ବାବା ଧବଳେଶ୍ବର ଙ୍କ ସ୍ନାନ କରାଯାଇଥିଲା। ମଙ୍ଗଳ ଆଳତୀ, ସକାଳ ଧୂପ ଆଦି ସମସ୍ତ ନୀତିକାନ୍ତି ପୂଜକ ସମିତି ପକ୍ଷରୁ ସମାପନ କରାଯାଇଛି। ଭକ୍ତଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୀଠରେ ପଞ୍ଚୁକ ସମେତ ବଡ଼ ଓଷା ଠାରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ବଳବତ୍ତର ରହିବ କଟକଣା।
powered by social2s

