ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପୁରୀ ଶ୍ରୀମନ୍ଦିରରେ ସୁନା ବେଶରେ ଦର୍ଶନ ଦେବେ ମହାପ୍ରଭୁ । ଶ୍ରୀମନ୍ଦିର ବନ୍ଦ ଥିବାରୁ ଦର୍ଶନରୁ ବଂଚିତ ହେବେ ଶ୍ରଦ୍ଧାଳୁ । କାର୍ତ୍ତିକ ପୂର୍ଣ୍ଣିମା ପାଇଁ ସୁରକ୍ଷା ଦୃଷ୍ଟିରୁ ପୁରୀରେ ମୁତୟନ ଅଛନ୍ତି ୨୦ ପ୍ଲାଟୁନ ପୋଲିସ୍ ଫୋର୍ସ । କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇବା ପରମ୍ପରା ରହିଛି । ଓଡ଼ିଶାର ବିଭିନ୍ନ ପୁଷ୍କରିଣୀ ଓ ନଦୀକୂଳରେ ଲୋକ ଙ୍କ ଭିଡ଼ ଦେଖିବାକୁ ମିଳିଛି । ପୁରୀ ସମୁଦ୍ରକୂଳରେ ମଧ୍ୟ ଦେଖିବାକୁ ମିଳିଛି ଶ୍ରଦ୍ଧାଳୁଙ୍କ ଭିଡ ।କଟକଣା ମଧ୍ୟରେ ଭୁବନେଶ୍ୱର ବିନ୍ଦୁ ସାଗରରେ ସକାଳୁ କିଛି ଲୋକ ଡଙ୍ଗା ଭସାଇଥିଲେ । କୋଭିଡ ପାଇଁ ରାଜ୍ୟରେ ଅନେକ ମନ୍ଦିରରେ ଲାଗିଛି ୧୪୪ ଧାରା । ମହୋଦଧି ସମେତ ପଞ୍ଚତୀର୍ଥ ପୁଷ୍କରିଣୀରେ ଡଙ୍ଗା ଭସାଇବା ମନା ।

powered by social2s