ଭୁବନେଶ୍ୱର: ଭୁବନେଶ୍ୱରସ୍ଥ ୫ନ ଶ୍ରୀଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ଭକ୍ତ ଦାସିଆ ସ୍ମୃତି କମିଟି ଦ୍ୱାରା ଆୟୋଜିତ ଏକ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଅଛି। ଏଥିରେ ଅନୁଷ୍ଠାନ ର ସଭାପତି ତଥା ବିଶିଷ୍ଟ ଶ୍ରୀଜଗନ୍ନାଥ ସଂସ୍କୃତି ଗବେଶିକା ଡ଼ଃ ପ୍ରତିଭା ମହାରଥୀ ଅଧ୍ୟକ୍ଷତା କରି ସ୍ବର୍ଗତ ଦାମୋଦର ସେନାପତି ଙ୍କ ବାଲ୍ୟଜୀବନରୁ ଶ୍ରୀଜଗନ୍ନାଥ ଙ୍କ ପ୍ରତି ଥିବା ନିଷ୍ଠାପର ସେବା ଥିଲା। ତାଙ୍କର ସଙ୍ଗୀତର ମୂର୍ଚ୍ଛନାରେ ସମସ୍ତଙ୍କୁ ମନ୍ତ୍ରମୁଗ୍ଧ କରୁଥିଲେ।ଫଳ ସ୍ୱରୂପ ନିଜ ଜୀବନର ଲକ୍ଷକୁ ଚରିତାର୍ଥ କରି ଅନ୍ତିମ କାଳରେ ଭକ୍ତ ଶିରୋମଣି ଦାସିଆ ଜୟନ୍ତୀ ଉତ୍ସବରେ ଭଜନ ଗାନ କରିବା ସମୟରେ ଛାତି ଯନ୍ତ୍ରଣା ଅନୁଭବ କରି ପରେ ଏକ ଘରୋଇ ଡାକ୍ତରଖାନାରେ ପରଲୋକ ପ୍ରାପ୍ତ ହୋଇଥିଲେ।
ଏହା ଫଳରେ ତାଙ୍କର ଅମର ଆତ୍ମା ର ସଦଗତି ହୋଇଥିବା ସମସ୍ତଙ୍କୁ ସ୍ତମଭୀଭୂତ କରିଥିବା ପ୍ରକାଶ କରିଥିଲେ।
powered by social2s

