ଭୁବନେଶ୍ୱର: ଦକ୍ଷିଣ ପଶ୍ଚିମ ବଙ୍ଗୋପସାଗର ରେ ସୃଷ୍ଟି ହୋଇଛି ଆଉ ଏକ ଘୁର୍ଣ୍ଣିବଲୟ। ଏହା ଘନୀଭୂତ ହୋଇ ଆସନ୍ତା ୨୪ ଘଣ୍ଟା ରେ ଲଘୁଚାପ ର ରୂପ ନେବାର ସମ୍ଭାବନା ରହିଛି। ନଭେମ୍ବର ୨୯ ଓ ୩୦ ତାରିଖରେ ଏହା ତାମିଲନାଡୁ ଉପକୂଳ ଛୁଇଁବ। ଏହାର ପ୍ରଭାବରେ ନଭେମ୍ବର ୨୯ ରୁ ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପାଗ ମେଘୁଆ ରହିବା ସହିତ ବର୍ଷା ର ସମ୍ଭାବନା ରହିଛି।ତେବେ ଓଡ଼ିଶା ଉପରେ ଲଘୁଚାପ ର ବିଶେଷ ପ୍ରଭାବ ରହିବ ନାହିଁ, କିନ୍ତୁ ଆଜିଠୁ ଆଭ୍ୟନ୍ତରୀଣ ଓଡ଼ିଶାରେ ବଢିବ ଶୀତ। ଉପକୂଳ ଓଡ଼ିଶାରେ ଆସନ୍ତା ୨୬ ତାରିଖରୁ ବଢ଼ିପାରେ ଶୀତ। ଆଭ୍ୟନ୍ତରୀଣ ଉତ୍ତର ପଶ୍ଚିମ, ଦକ୍ଷିଣ ପଶ୍ଚିମ ଓଡିଶାରେ ନଭେମ୍ବର ୨୩ ରୁ ୨୬ ତାରିଖ ରାତି ଯାଏଁ ସର୍ବନିମ୍ନ ତାପମାତ୍ରା ୫ ଡିଗ୍ରୀ ସେଲସିୟସ ରୁ ୬ ଡିଗ୍ରୀ ସେଲସିୟସ କମିପାରେ। ଦକ୍ଷିଣ ଉପକୂଳ ଓ ସଂଲଗ୍ନ ଜିଲ୍ଲାରେ ନଭେମ୍ବର ୨୬ ରୁ ୨୮ ତାରିଖ ଭିତରେ ରାତିର ତାପମାତ୍ରା ୬ ଡିବିରି ସେଲ୍ସିୟସ କମିଯିବ। ନଭେମ୍ବର ୨୮ ତାରିଖରେ ସାରା ରାଜ୍ୟରେ ପ୍ରବଳ ଶୀତ ଅନୁଭୂତ ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି।
ଆସୁଛି ଆଉ ଏକ ଲଘୁଚାପ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

