ଭୁବନେଶ୍ୱର: ଓଡ଼ିଶା ଏଲେକ୍ଟ୍ରୋନିକ୍ସ ନୀତି କୁ ଆଜି ରାଜ୍ୟ କ୍ୟାବିନେଟ ମଞ୍ଜୁରୀ ମିଳିଛି। ପ୍ରଥମ ଥର ପାଇଁ ଏଲେକ୍ଟ୍ରୋନିକ୍ସ ନୀତି ପ୍ରସ୍ତୁତ କରିଛନ୍ତି ରାଜ୍ୟ ସରକାର। ୨୦୨୬ ସୁଦ୍ଧା ଏଲେକ୍ଟ୍ରୋନିକ୍ସ ଶିଳ୍ପରେ ଅଗ୍ରଣୀ ରାଜ୍ୟ ହେଁବ ଓଡ଼ିଶା। ଶିଳ୍ପ ଉଦ୍ୟୋଗୀ ବାତାବରଣ ଓ ଉତ୍ତମ ଭିତ୍ତିଭୂମି ପ୍ରଦାନ କରାଯିବ। ପ୍ରଥମ ୧୦ ଟି ନୂଆ ନିବେଶ ଓ ସମ୍ପ୍ରସାରଣ କୁ ମିଳିବ ସହାୟତା। ସମ୍ପ୍ରସାରଣ ବାବଦରେ ବାର୍ଷିକ କରବାରର ୧ ପ୍ରତିଶତ ପାଞ୍ଚ ବର୍ଷ ଯାଏଁ ମିଳିବ। ୟୁନିଟ ଗୁଡ଼ିକୁ ପୁଞ୍ଜିନିବେଶ ଆଧାରରେ ୧୦ ରୁ ୨୫୦ କୋଟି ଯାଏ ସହାୟତା ପ୍ରଦାନ କରାଯିବ। ଉଦ୍ୟୋଗୀଙ୍କୁ ୫ ବର୍ଷ ଯାଏଁ ଛାଡ଼ ହେବ ବିଦ୍ୟୁତ ଓ ନିରୀକ୍ଷଣ ଶୁଳ୍କ। ବିଦ୍ୟୁତ ବିଲ୍ ର ୩୦ ପ୍ରତିଶତ ସର୍ବାଧିକ ୫୦ ଲକ୍ଷ୍ୟ ଟଙ୍କା ଯାଏଁ ରିହାତି ମିଳିବ। ପ୍ରଥମ ଜମି କିଣିବା ବେଳେ ଉଦ୍ୟୋଗୀଙ୍କୁ ୧୦୦ ପ୍ରତିଶତ ଷ୍ଟାମ୍ପ ଦେୟ ଛାଡ଼ କରାଯିବ। ଦ୍ୱିତୀୟ ଜମି କିଣା ବେଳେ ୫୦ ପ୍ରତିଶତ ଷ୍ଟାମ୍ପ ଦେୟ ଛାଡ଼ କରାଯିବ। ଚାଷ ଜମିକୁ ଶିଳ୍ପ ଉଦ୍ୟୋଗୀ କରିବାକୁ ୧୦୦ ପ୍ରତିଶତ ସହାୟତା ମିଳିବ। ମହିଳା, SC/ST ଓ ଭିନ୍ନକ୍ଷମ ଉଦ୍ୟୋଗୀଙ୍କୁ ୧୦ ପ୍ରତିଶତ ଅତିରିକ୍ତ ସହାୟତା ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି।
ଆସିଲା ଓଡ଼ିଶା ଇଲେକ୍ଟ୍ରୋନିକ୍ସ ନୀତି
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

