ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ "ଅହିଂସା ସଫଳତାର ଚାବିକାଠି" ଶୀର୍ଷକ ଆଲୋଚନାଚକ୍ର

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଓଡ଼ିଶାରେ ଅଗ୍ରଣୀ ଅନୁଷ୍ଠାନ ହେଲ୍ପ ମେଟ୍ ତରଫରୁ ଆଜାଦି ବା ଅମୃତ ମହୋତ୍ସବରେ ଗାନ୍ଧୀଙ୍କର ଓଡ଼ିଶା ଆଗମନ ୧୦୦ ବର୍ଷ ପୂର୍ତ୍ତି ଉପଲକ୍ଷେ ଅନେକ କାର୍ଯ୍ୟକ୍ରମ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ମିଳିତ ଆନୁକୁଲ୍ୟରେ ୪ ଦିନ ଧରି ପାଳନ କରାଯାଇଛି । ଆଜି କାର୍ଯ୍ୟକ୍ରମର ଶେଷ ଦିନରେ ବୁଦ୍ଧ ମନ୍ଦିର ଠାରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରାଯାଇ "ଅହିଂସା ସଫଳତାର ଚାବିକାଠି" ବିଷୟବସ୍ତୁ ଉପରେ ଆଲୋଚନା କରାଯାଇଛି । ବିଶେଷ ଅତିଥି ଭାବେ ଶ୍ରୀଯୁକ୍ତ ରଞ୍ଜନ କୁମାର ଦାସ, ନିର୍ଦେଶକ ତଥା ଅତିରିକ୍ତ ଶାସନ ସଚିବ ସଂସ୍କୃତି ବିଭାଗ, ମୁଖ୍ୟ ଅତିଥି ଅରୁଣ କୁମାର ରଥ, ଆଇଏସ୍ ପ୍ରାକ୍ତନ ଶିକ୍ଷା ସଚିବ, ଭାରତ ସରକାର ମୁଖ୍ୟବକ୍ତା ଶ୍ରୀଯୁକ୍ତ ମନୋରଞ୍ଜନ ପାଣିଗ୍ରାହୀ, ମୁଖ୍ୟ ଆୟୁକ୍ତ, ଆୟକର ବିଭାଗ, ଓଡ଼ିଶା ସମ୍ମାନିତ ଅତିଥି ଶ୍ରୀଯୁକ୍ତ ସୁରେଶ ଚନ୍ଦ୍ର ମନ୍ତ୍ରୀ, ଭାରତୀୟ ପ୍ରଶାସନିକ ( ସେବା ନିବୃତ) ଉପସ୍ଥିତ ରହି ଆଲୋଚ୍ୟ ବିଷୟ ବସ୍ତୁ ଉପରେ ମତ ରଖିଛନ୍ତି କି ସତ୍ୟ ଓ ଅହିଂସାର ପୂଜାରୀ ଶାନ୍ତିର ଦେବଦୂତ ଜାତିର ଜନକ ମହାତ୍ମା ଗାନ୍ଧୀ ବିନା ଯୁଦ୍ଧରେ, ବିନା ରକ୍ତପାତ ରେ ଭାରତକୁ ସ୍ବାଧୀନ କରିଥିଲେ । ତେଣୁ ଆଜିର ଯୁବପିଢି ଯଦି ନିସ୍ଵାର୍ଥ ଓ ସତ୍ୟନିଷ୍ଠ ଭାବରେ ମନପ୍ରାଣ ଦେଇ ସମାଜ ପାଇଁ କାର୍ଯ୍ୟ କରିବେ ତେବେ ଏକ ସୁନ୍ଦର ଭାରତ ଗଢ଼ିବାକୁ ବେଶୀଦିନ ଲାଗିବନି ।ଅନୁଷ୍ଠାନର ସମ୍ପାଦିକା ନିବେଦିତା ଭଞ୍ଜ ବିବରଣୀ ପାଠ କରିବା ସହ କହିଥିଲେ ଯେ ନିଷ୍କମ ମନରେ ଅନ୍ୟାୟର ପ୍ରତିରୋଧ ହିଁ ସଫଳତାର ଚାବିକାଠି । ସଭାପତି ଡକ୍ଟର ଅଞ୍ଜନ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରି କହିଥିଲେ,ଏକାଗ୍ରତା ହିଁ ସଫଳତା ର ପରିଚୟ । ଏହା ସହ ଜଣେ ତ୍ୟାଗୀ, ସମାଜସେବୀ, ଶିକ୍ଷାବିତ୍ ମମତା ପ୍ରଧାନଙ୍କୁ ଶାନ୍ତି ର ଦୂତ ମହାତ୍ମା ଗାନ୍ଧୀଙ୍କର ସ୍ମୃତି ଉପଲକ୍ଷେ ମାନପତ୍ର, ପାଞ୍ଚ ହଜାର ଅର୍ଥରାଶି, ଫଳକ ଓ ସାଲ୍ ଦେଇ "ଶାନ୍ତିସୁଧା" ସମ୍ମାନରେ ସମ୍ମାନିତ କରାଯାଇଛି।

ଏଥିସହ ୨୨ ଜଣ ସମାଜସେବୀ ଙ୍କ ଅନ୍ୟାନ୍ୟ କ୍ଷେତ୍ରରେ ସଫଳତା ଲାଭ କରିଥିବା ବ୍ୟକ୍ତି ମାନଙ୍କୁ ସମ୍ଭର୍ଦ୍ଧନା ପ୍ରଦାନ କରାଯାଇଛି ଯଥା- ଶ୍ରୀଯୁକ୍ତ ମହାପ୍ରସାଦ କର ସଙ୍ଗୀତ ବିଶାରଦ, ଶ୍ରୀମତୀ ଅନିନ୍ଦିତା ଦାସ ସଙ୍ଗୀତ ବିଶାରଦ, ଶ୍ରୀମତୀ ଛନ୍ଦା ମିଶ୍ର, ସଙ୍ଗୀତ ବିଶାରଦ, ଶ୍ରୀମତୀ ନିର୍ମଳା ସୁବୁଦ୍ଧି ସଙ୍ଗୀତଜ୍ଞ ,ଡକ୍ଟର ଲକ୍ଷ୍ମଣ ପଣ୍ଡା ଶିକ୍ଷାବିତ୍, ଡକ୍ଟର ଦେବାଶିଷ ମହାପାତ୍ର ଶିକ୍ଷାବିତ୍,ଡକ୍ଟର ଦୁର୍ଗାପ୍ରସାଦ ମିଶ୍ର ଦେବା ଆର୍ଚର୍ଯ୍ୟ,ଡକ୍ଟର ବିଭୂତି ଭୂଷଣ ମହାପାତ୍ର ଶିକ୍ଷାବିତ୍ ,ଡକ୍ଟର ଆର୍ଯ୍ୟ କୁମାର ଜ୍ଞାନେନ୍ଦ୍ର ସମାଜସେବୀ, ଡକ୍ଟର ରଶ୍ମି ଦାସ ଶିକ୍ଷାବିତ୍, ଶ୍ରୀମତୀ ମୋନିକା ମହାପାତ୍ର ସମାଜସେବୀ, ଶ୍ରୀମତୀ ମିନତି ବେହେରା ସମାଜସେବୀ ,ଶ୍ରୀମତୀ ଦୀପ୍ତି ମିଶ୍ର ସମାଜସେବୀ, ଶ୍ରୀମତୀ ସନ୍ଧ୍ୟାରାଣୀ ପୃଷ୍ଟି ସମାଜସେବୀ , ଶ୍ରୀମତୀ ସୁଚରିତା ମହାନ୍ତି ସମାଜସେବୀ, ଶ୍ରୀମତୀ ଦୀପ୍ତି ପଟ୍ଟନାୟକ ସମାଜସେବୀ, ଶ୍ରୀମତୀ ରେଣୁବାଳା ଦଳାଇ ସମାଜସେବୀ ,ଡକ୍ଟର ସୁକାନ୍ତି ତ୍ରିପାଠୀ ସମାଜସେବୀ, ଡକ୍ଟର ନାରାୟଣ ମହାପାତ୍ର ସମାଜସେବୀ, ସୁଚିସ୍ମିତା ପୃଷ୍ଟି ସମାଜସେବୀ, ମହାପ୍ରସାଦ କର ଚଳଚ୍ଚିତ୍ର ଅଭିନେତା, ଗୌତମ ମହାନ୍ତି ସମାଜସେବୀଙ୍କ ସହ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ସମ୍ଭର୍ଦ୍ଧିତ ହୋଇଛନ୍ତି। ଏତତ ବ୍ୟତୀତ ଗାନ୍ଧୀ ଓ ଓଡ଼ିଶା ଶୀର୍ଷକ ଉପରେ ଏକ ପ୍ରଦର୍ଶନୀ କରାଯାଇ ଜନସମାଜକୁ ସଚେତନ କରାଯାଇଛି। ସର୍ବଶେଷରେ ଜାତୀୟ ସ୍ତରରେ ବିଦ୍ୟାଳୟ ମାନଙ୍କରେ ଅନେକ ଗୁଡ଼ିଏ ବିଭାଗକୁ ନେଇ ପ୍ରତିଯୋଗିତା କରାଯାଇଛି ଯଥା ଗାନ୍ଧୀ କୁଇଜ୍, ଗାନ୍ଧୀ ଭଜନ, ଦେଶାତ୍ମକ ବୋଧକ ସଙ୍ଗୀତ , ବକୃତା, ଚିତ୍ରାଙ୍କନ ଖଡ଼ି ଫ୍ୟାସନ୍ ଶୋ, ଭାଗବତ ଗୀତା, ସ୍ୱଚ୍ଛ ଭାରତ ଅଭିଯାନ ରେ ବିଭିନ୍ନ ଓଡ଼ିଆ ମାଧ୍ୟମ ବିଦ୍ୟାଳୟକୁ ପରିଦର୍ଶନ କରି ହ୍ୟାଣ୍ଡ ୱାଶ ଓ ସାନିଟାଇଜର ଫିନାଇଲ ବଣ୍ଟନ କରାଯାଇଛି। ବିଭିନ୍ନ ସ୍ଥାନରେ ଗାନ୍ଧୀଙ୍କ ସ୍ମୃତିରେ ବୃକ୍ଷ ରୋପଣ କରାଯାଇଛି । ସର୍ବଶେଷରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତିଙ୍କର ଗାନ୍ଧୀ ବାର୍ତ୍ତା ସଂଗ୍ରହ କରି ପ୍ରଚାର ପ୍ରସାର କରାଯାଇଛି । ଏହି କାର୍ଯ୍ୟକ୍ରମ କୁ ଡକ୍ଟର ରଶ୍ମି ଦାସ ପରିଚାଳନା କରିବା ସହ ହେଲ୍ପ ମେଟ୍ ର ସଦସ୍ୟ ମାନେ ସହଯୋଗ କରିଥିଲେ ।

ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ସଭା ସାଙ୍ଗ ହୋଇଥିଲା ।

powered by social2s