ଭୁବନେଶ୍ୱର: ଦକ୍ଷିଣ ଆଫ୍ରିକାରେ ନୂଆ ଭେରିଆଣ୍ଟ ଚି଼ହ୍ନଟ ହେବା ପରେ ଭୁବନେଶ୍ୱର ବିମାନ ବନ୍ଦରରେ କଟକଣା ବଢିଲା l ଭୁବନେଶ୍ୱର ବିମାନ ବନ୍ଦରରେ ହଙ୍ଗକଙ୍ଗ, ବୋସ୍ଵନା ଓ ଦକ୍ଷିଣ ଆଫ୍ରିକାରୁ ଆସିଥିବା ଯାତ୍ରୀଙ୍କର ଟେଷ୍ଟିଙ୍ଗ କରାଯିବାକୁ ନିଷ୍ପତ୍ତି ହୋଇଅଛି l ଏହି ତିନି ରାଷ୍ଟ୍ରରୁ ଆସୁଥିବା ଯାତ୍ରୀଙ୍କ ପଜିଟିଭ ଚି଼ହ୍ନଟ ହେଲା ପରେ ଦଶ ଦିନ ସଙ୍ଗରୋଧରେ ରଖାଯିବାକୁ ନିର୍ଣ୍ଣୟ ହୋଇଅଛି l ଦକ୍ଷିଣ ଆଫ୍ରିକା ରେ B. 1.1.529 ନାମକ ଏକ ନୂଆ ଭେରିଆଣ୍ଟ କିଛି ଦିନ ହେବ ଚି଼ହ୍ନଟ ହୋଇଛି ଓ ସଂକ୍ରମଣ ଦ୍ରୁତ ଗତିରେ ବଢିଛି ଏବଂ ଦୈନିକ ସଂକ୍ରମଣ ୧୨୦୦ କୁ ବୃଦ୍ଧି ପାଇଛି l
powered by social2s

