ଭୁବନେଶ୍ୱର: ଆଜି ଦିବଙ୍ଗତ ଦାମୋଦର ସେନାପତିଙ୍କ ୧୪ ତମ ଦିନ ଅବସର ରେ ବାବା ବୈକୁଣ୍ଠନାଥ ଆଶ୍ରମ, ୟୁନିଟ ୯, ଭୁବନେଶ୍ୱର ଠାରେ ଶ୍ରୀଜଗନ୍ନାଥ ସଂସ୍କୃତି ପରିଷଦ, ବାବା ବୈକୁଣ୍ଠ ନାଥ ଆଶ୍ରମ ଓ ତାଙ୍କ ପରିବାର ସହଯୋଗରେ "ଆମ୍ଭେମାନେ ଆପଣଙ୍କ ଅନୁପସ୍ଥିତି କୁ ଅନୁଭବ କରୁଛୁ" ଶୀର୍ଷକ ଏକ କାର୍ଯ୍ୟକ୍ରମ କରାଯାଇଛି।
ଏହି ଅବସର ରେ ସଭାପତି ପ୍ରଭାତ କୁମାର ନନ୍ଦ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭା ରେ ଆଶ୍ରମ ର ବାବା, ଡ ପ୍ରତିଭା ମହାରଥୀ, ଶ୍ରୀମତି ସଂଚିତା ମହାନ୍ତି, ରବିନାରାୟଣ ମହାପାତ୍ର, ରବିନାରାୟଣ ମିଶ୍ର, ବାଳକୃଷ୍ଣ ପଣ୍ଡା, ସମ୍ପାଦକ ନାରାୟଣ ମହାପାତ୍ର, ମନୋରଞ୍ଜନ ମହାନ୍ତି, ଗୌରାଙ୍ଗ ନାୟକ, ବିଜୟ ଦାସ, ରବିନାରାୟଣ କର, ବିଶ୍ନୁମୋହନ ମହାନ୍ତି, ଗିରିଜା ଶଙ୍କର ମହାପାତ୍ର, ବଂଶୀଧର ନାୟକ ତ୍ରିଲୋଚନ ନାୟକ, ଅକ୍ଷୟ ସାହୁ, ମୃତ୍ୟୁଞ୍ଜୟ ପଣ୍ଡା, ବାବାଜୀ ବିଶ୍ଵାଳ, ରମାକାନ୍ତ ମିଶ୍ର , ମୁରଲୀଧର ପଳେଇ, ନିରଞ୍ଜନ ଦାସ, ଘନଶ୍ୟାମ ସ୍ୱାଇଁ, ମଳୟ ଜେନା, ଲଲିତ ମୋହନ ପଣ୍ଡା, ଅଚ୍ୟୁତ ପ୍ରସାଦ ବେହେରା, ଶ୍ରୀନିବାସ ରାଓ ପ୍ରମୁଖ ଆଶ୍ରମ ରେ ଉପସ୍ଥିତ ରହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।
ଅତିଥି ମାନକ ଦ୍ଵାରା "ଭକ୍ତି ସୁଧା' ଦାମୋଦର ପରି ଏକ ସ୍ମୃତି ପତ୍ରିକା, ସାନ ପୁଅ ବିଶ୍ବରଂଜନ ସେନାପତି ଙ୍କ ଉପସ୍ଥିତି ରେ ଉନ୍ମୋଚନ କରାଯାଇ ଥିଲା,ପ୍ରଥମେ ଦାମୋଦର ସେନାପତି ଙ୍କ ଫଟୋ ରେ ଫୁଲ ଅର୍ପଣ କରାଯାଇ, ତାଙ୍କ ଉଦ୍ଦେଶ୍ୟ ରେ ସରୋଜିନୀ ପରମ ଗୁରୁଙ୍କ ଦ୍ଵାରା ଲିଖିତ ଏକ କବିତା ପାଠ କରାଯାଇଥିଲା, ପରେ ବିଶିଷ୍ଟ ବ୍ୟକ୍ତି ମାନେ ଦାମୋଦର ସେନାପତି ଙ୍କ ସ୍ମୃତି ଚାରଣ କରିଥିଲେ, ଗୀତା ପାଠ ପରେ ଭଜନ ପରିବେଷଣ ପରିଷଦର କଳାକାର ଓ ବାବା ଙ୍କ ଆଶ୍ରମ ର ସଦସ୍ୟ ସତ୍ୟବାବୁ ଓ ଅନ୍ୟ ମାନେ କରିଥିଲେ।
ବିଶିଷ୍ଟ କଣ୍ଠଶିଳ୍ପୀ ଶ୍ରୀମତି ଶାନ୍ତିଲତା ବାରିକ, ନାରାୟଣ ରଥ, କପିଳେନ୍ଦ୍ର ଦାସ, ମୀରା ପଣ୍ଡା, ଅନାମିକା ସ୍ୱାଇଁ ପଟ୍ଟନାୟକ, ସୁମିତ୍। ତ୍ରିପାଠୀ, ସ୍ଵର୍ଣ୍ଣ ପାଣି, ଡ ସୁଶୀଲ ପଟ୍ଟନାୟକ, ବିମ୍ବାଧର ପଣ୍ଡା, ଅଶ୍ଵିନୀ ପ୍ରଧାନ, ହରପ୍ରିୟା ବେହେରା ବାବୁଲି ପାତ୍ର ପ୍ରମୁଖ ଭଜନ ପରିବେଷଣ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ମଧ୍ୟ ଦାମୋଦର ସେନାପତି ଙ୍କ ସମ୍ପର୍କ ଥିବା ବହୁ ଅନ୍ୟ ଅନୁଷ୍ଠାନ ର କର୍ମକର୍ତ୍ତା ଓ ପରିବାରର ସଦସ୍ୟ ମାନେ ଯୋଗଦେଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।
ଶେଷରେ ପରିବାର ତରଫରୁ ଆୟୋଜିତ ପ୍ରସାଦ ସେବନରେ ସମସ୍ତେ ଯୋଗ ଦେଇଥିଲେ।
ଦିବଙ୍ଗତ ଦାମୋଦର ସେନାପତିଙ୍କ ୧୪ ତମ ଦିନ ଅବସରରେ "ଆମ୍ଭେମାନେ ଆପଣଙ୍କ ଅନୁପସ୍ଥିତି କୁ ଅନୁଭବ କରୁଛୁ" ଶୀର୍ଷକ କାର୍ଯ୍ୟକ୍ରମ
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s