ଇଡିରେ ହାଜର ହେଲେ ପ୍ରଦୀପ ପାଣିଗ୍ରାହୀ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର : ଇଡିରେ ହାଜର ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ । ଟାଟା ନିଯୁକ୍ତି ଠକେଇ ଘଟଣାରେ ତାଙ୍କୁ ସମନ୍ ହୋଇଥିବା ବେଳେ ଆଜି ସେ ଇଡିରେ ହାଜର ହୋଇଛନ୍ତି । ପୂର୍ବରୁ ଦୁଇଥର ସ୍ୱାସ୍ଥ୍ୟଗତ କାରଣରୁ ଇଡିରେ ହାଜର ହୋଇନଥିଲେ ପ୍ରଦୀପ। ମାତ୍ର ଆଜି ଦିନ ୧୦ଟାରେ ସେ ଇଡିରେ ହାଜର ହୋଇଥିଲେ।। ଏହା ପୂର୍ବରୁ ଝିଅ ଶୃତି ପାଣିଗ୍ରାହୀଙ୍କୁ ବି ଇଡିରେ ହାଜର ହୋଇଥିଲେ । ଏବଂ ପୂର୍ବରୁ ଅଭୟ ପାଠକ ଓ ଆକାଶ ପାଠକଙ୍କୁ ଇଡି ପଚାରଉଚରା କରିଥିଲା ଝାରପଡା ଜେଲକୁ ଯାଇ ଆକାଶଙ୍କୁ ଜେରା କରିଥିଲା ଇଡି । ଆକାଶ ଦେଇଥିବା ତଥ୍ୟ ଆଧାରରେ ଆଜି ପ୍ରଦୀପ ପାଣିଗ୍ରାହୀଙ୍କୁ ଜେରା କରାଯିବ । ସେପଟେ ଇଡିରେ ହାଜର ନେଇ ପ୍ରଦୀପ ପାଣିଗ୍ରାହୀ କହିଛନ୍ତି, ମୁଁ ଆଇନଙ୍କୁ ସମ୍ମାନ କରେ, ତେଣୁ ଇଡିକୁ ପୂର୍ଣ୍ଣ ସହଯୋଗ କରିବି । ନିୟମ ଅନୁସାରେ ଝିଅକୁ ପଚାରାଉଚାର ଯାଇଛି, ଆକାଶ ଆଉ ଅଭୟଙ୍କୁ ବି ପଚରାଯାଉଛି ।

powered by social2s