ଭୁବନେଶ୍ୱର: ଆସନ୍ତା କାଲିଠାରୁ ଆରମ୍ଭ ହେବ ଓଡ଼ିଶା ବିଧାନସଭାର ଶୀତକାଳୀନ ଅଧିବେଶନ। ଆଜି ସୁରକ୍ଷା ବ୍ୟବସ୍ଥା ର ସମୀକ୍ଷା କରି ସନ୍ତୋଷ ପ୍ରକାଶ କରିଛନ୍ତି ଡିଜିପି ଅଭୟ। ବିଧାନସଭା ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ସୁରକ୍ଷା ପାଇଁ ମୁତୟନ ହେବ ୩୦ ପ୍ଲାଟୁନ ପୁଲିସ ଫୋର୍ସ। ବିଧାନସଭାକୁ ଲାଗିଥିବା ସବୁ ରାସ୍ତାରେ ୧୪୪ ଧାରା ଲାଗୁ। ସାଧାରଣ ଲୋକଙ୍କ ଯାତାୟତକୁ ବାରଣ କରାଯାଇଛି। ବାହାର ଜିଲ୍ଲାରୁ ଆସୁଥିବା ଲୋକଙ୍କ ଉପରେ ରଖାଯାଇଛି ନଜର। ବିଧାନସଭା ଗେଟଯାଏଁ ବିକ୍ଷୋଭକାରୀ ଆସିବାକୁ ଦିଆଯିବ ନାହିଁ ବୋଲି ସୂଚନା ଦେଇଛନ୍ତି ପୁଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ।
powered by social2s

