ପରାଗ ଅଗ୍ଓ୍ୱାଲ ଟ୍ୱିଟରର ନୂଆ ସିଇଓ

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

 

 

ନ୍ୟୁୟର୍କ: ଭାରତୀୟ ବଶୋଂଦ୍ଭବଙ୍କୁ ଟ୍ୱିଟରର ନୂଆ ସିଇଓ ଭାବରେ ନିଯୁକ୍ତି ଦିଆଯାଇଛି । ସାମାଜିକ ଗଣମାଧ୍ୟମ ଟ୍ୱିଟରର ମୁଖ୍ୟ ପରାଗ ଅଗ୍ଓ୍ୱାଲଙ୍କୁ ପଦରେ ନିଯୁକ୍ତି କରାଯାଇଛି । ଆଇଆଇଟି ବମ୍ବେରୁ କମ୍ପ୍ୟୁଟର ସାଇନ୍ସ ଏବଂ ଇଞ୍ଜିନିୟରିଂରେ ବିଟେକ ଡିଗ୍ରୀ ହାସଲ କରିଥିଲେ । ପରେ ସେ ଆମେରିକାର ଷ୍ଟାନଫୋର୍ଡ ବିଶ୍ବବିଦ୍ୟାଳୟରୁ ଡିଗ୍ରୀ ହାସଲ କରିଥିବା ବେଳେ ୨୦୧୧ରେ ଟ୍ୱିଟରରେ ଚାକିରୀ କରିଥିଲେ । ପରାଗ ଏବେ ଟ୍ୱିଟରର ମୁଖ୍ୟ ବୈଷୟିକ ଅଧିକାରୀ ଭାବେ କାର୍ଯ୍ୟାରତ।

ଟ୍ୱିଟରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଜ୍ୟାକ୍ ଡରେସ ନିଜ ପଦରୁ ଇସ୍ତଫା ଦେବାପରେ ତାଙ୍କ ସ୍ଥାନରେ ପରାଗ ଅଗ୍ଓ୍ୱାଲଙ୍କୁ ସିଇଓ ପଦରେ ନିଯୁକ୍ତ କରାଯାଇଛି। ପୂର୍ବରୁ ଏହି ସୋସିଆଲ ନେଟୱର୍କିଂ କମ୍ପାନୀର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଥିବା ଜ୍ୟାକ ଡୋର୍ସି ତାଙ୍କ ପଦବୀରୁ ଓହରି ଯିବା ପରେ ପରାଗଙ୍କୁ ଉକ୍ତ ସ୍ଥାନରେ ନିଯୁକ୍ତି ଦିଆଯାଇଛି । ଟ୍ୱିଟରରେ ପରାଗଙ୍କର ୧୦ ବର୍ଷର ଅଭିଜ୍ଞତା ରହିଛି । ପରାଗଙ୍କୁ ସିଇଓ ଭାବରେ ନିଯୁକ୍ତି ବିଷୟ ଘୋଷଣା କରାଯିବା ପରେ ଷ୍ଟକ ବଜାରରେ ଟ୍ୱିଟରର ସେୟାର ମୂଲ୍ୟ ୧୦% ବୃଦ୍ଧି ପାଇଥିବା ଜଣାଯାଇଛି । ସୂଚନାଯୋଗ୍ୟ ଯେ ଡୋର୍ସି ୨୦୦୬ରେ ଟ୍ୱିଟରର ସହପ୍ରତିଷ୍ଠାତା ଥିଲେ ।

ଇତିମଧ୍ୟରେ ପରାଗ ଅଗ୍ରୱାଲ ଟ୍ୱିଟରର ସମସ୍ତ କର୍ମଚାରୀଙ୍କ ଉଦ୍ଦେଶ୍ୟରେ ପ୍ରକାଶ କରି କହିଛନ୍ତି ଯେ କମ୍ପାନୀ ନିକଟରେ ଏହାର ନୂଆ ଆକାଂକ୍ଷିିତ ଲକ୍ଷ୍ୟ ସ୍ଥିର କରିଛି ଏବଂ ତାହା ହାସଲ କରିବାକୁ ଏହା ମଜଭୁତ ଓ ସଠିକ କୌଶଳ ଅବଲମ୍ବନ କରିବା ନେଇ ସେ ପୂର୍ଣ୍ଣ ଆଶାବାଦୀ ଅଛନ୍ତି ।

ସୂଚନାଯୋଗ୍ୟ ଯେ ବିଗତ ବର୍ଷଗୁଡିକରେ ଟ୍ୱିଟର ଅନେକ ସମାଲୋଚନାର ଶିକାର ହେବା ସହିତ ଏହାର ଦୈନନ୍ଦିନ ଭିତ୍ତିରେ ୨୧୧ ନିୟୁତରୁ ଅଧିକ ବ୍ୟବହାରକାରୀଙ୍କ ପାଇଁ ନୂଆ ବୈଶିଷ୍ଟ୍ୟ ପ୍ରଚଳନ କରିବାରେ ମନ୍ଥର ଗତିରେ ଅଗ୍ରସର ହେଉଥିବା ଅଭିଯୋଗ ହୋଇଆସୁଥିଲା । ସେଥିପାଇଁ ଏହା ତାହାର ପ୍ରତିଦ୍ୱନ୍ଦ୍ୱୀ ଇନଷ୍ଟାଗ୍ରାମ ଏବଂ ଟିକଟକ ନିକଟରେ ନିଜର ସ୍ଥିତି ଦୁର୍ବଳ ମନେ କରୁଥିଲା । ତେବେ ଡୋର୍ସିଙ୍କ ନେତୃତ୍ୱରେ ଏହା ଇମେଲ୍‍ ନ୍ୟୁଜଲେଟର ସେବା ରେଭ୍ୟୁ ଅଧିଗ୍ରହଣ କରିବା ସହିତ ସ୍ପେଶେସ୍‍ ନାମରେ ଏକ ନୂଆ ବୈଶିଷ୍ଟ୍ୟ ପ୍ରଚଳନ କରିଥିଲା, ଯାହା ବ୍ୟବହାରକାରୀଙ୍କୁ ସିଧା ଅଡିଓ କଥାବାର୍ତ୍ତା ଶୁଣିବା ସୁଯୋଗ ଯୋଗାଇ ଦେଉଥିଲା । ଏହାସତ୍ତ୍ୱେ ଟ୍ୱିଟରକୁ ଯେଉଁଭଳି ସଫଳତା ମିଳିବା କଥା ତାହା ମିଳିପାରିନଥିଲା । ପରାଗଙ୍କ ନେତୃତ୍ୱରେ ଟ୍ୱିଟର ଅଧିକ ବ୍ୟବହାରକାରୀଙ୍କ ନିକଟରେ ପହଞ୍ଚିବା ସହିତ ତାହାର ସ୍ଥିତି ସୁଦୃଢ କରିପାରିବ ବୋଲି ଡୋର୍ସି କହିଛନ୍ତି ।

 

 

powered by social2s