ଭୁବନେଶ୍ୱର: ଡିସେମ୍ବର ମାସ ପାଇଁ ଓଡିଶା ସରକାର ନୂଆ ଗାଇଡଲାଇନ ଜାରି କରିଛନ୍ତି। ଏଥିରେ ଜିରୋ ନାଇଟ୍ ସେଲିବ୍ରେସନ କୁ ବାରଣ କରାଯାଇଛି। ସଂକ୍ରମଣ ବୃଦ୍ଧି ପାଇବା ଆଶଂକାରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି। ହୋଟେଲ, ରେଷ୍ଟେରାଁ, କ୍ଲବ, ବାର, ପ୍ରେକ୍ଷାଳୟ, କଲ୍ୟାଣ ମଣ୍ଡପ ଆଦି ସର୍ବସାଧାରଣ ଜାଗାରେ ଜିରୋ ନାଇଟ୍ ସେଲିବ୍ରେସନକୁ ମନା କରାଯାଇଛି। ସହରାଞ୍ଚଳରେ ରାତ୍ରିକାଳୀନ କର୍ଫ୍ୟୁ ପୂର୍ବ ଭଳି ରାତି ୧୦ ଟା ରୁ ସକାଳ ୫ ଯାଏଁ ବଳବତ୍ତର ରହିବ।
powered by social2s

