ଭୁବନେଶ୍ୱର: ଉପକୂଳ ଆଡ଼କୁ ମାଡି ଆସୁଛି ବାତ୍ୟା ଜୱାଦ । ବାତ୍ୟାର ଗତିପଥ ଅସ୍ପଷ୍ଟ ଥିବା ସୂଚନା ମିଳିଛି ।ଆଜି ଏହା ଅବପାତରେ ପରଣିତ ହେବ । ଅବପାତ ରେ ପରଣିତ ହେବା ପରେ ଗତିପଥ ଜଣାପଡ଼ିବ ବୋଲି ଅନୁମାନ କରାଯାଉଛି ।ଏହାର ପ୍ରଭାବରେ ଓଡ଼ିଶାର ଅଧିକାଂଶ ଜିଲ୍ଲାରେ ହୋଇପାରେ ପ୍ରବଳ ବର୍ଷା । ପାଣିପାଗ ବିଭାଗ ପକ୍ଷରୁ ଗଜପତି, ପୁରୀ, ଜଗତସିଂହପୁର ଓ ଗଞ୍ଜାମ କୁ ୟିଲୋ ୱର୍ଣିଂ ଜାରି କରିଛି । ୪ ତାରିଖରେ ଓଡ଼ିଶାରେ ବାତ୍ୟାର ପ୍ରବାହ ଅଧିକ ପଡ଼ିପାରେ । ଆନ୍ଧ୍ର ଓ ଓଡ଼ିଶା ଉପକୂଳରେ ପବନର ବେଗ ୬୦ ରୁ ୮୦ କିମ୍ବା ୯୦ କିମି ରହିବା ଆଶଙ୍କା କରାଯାଉଛି। କ୍ଷୟକ୍ଷତି ସମ୍ଭାବନା ଥିବାରୁ ଚାଷୀଙ୍କୁ ସତର୍କ କରାଯାଇଛି। ପନିପରିବା ତୋଳିବା ଉପଯୁକ୍ତ ହୋଇଥିଲେ ତୋଳି ଆଣିବାକୁ ପରାମର୍ଶ ଦିଆଯାଇଛି। ଜମିରେ ପାଣି ନିଷ୍କାସିତ ହେବା ପାଇଁ ନାଳ କରିବାକୁ କୁହାଯାଇଛି।
powered by social2s

