ଭୁବନେଶ୍ୱର: ସମ୍ଭାବ୍ୟ ବାତ୍ୟା ପାଇଁ ପ୍ରସ୍ତୁତ ଅଛନ୍ତି ୨୦ ଟି ଓଡ଼୍ରାଫ, ୧୭ ଟି NDRF ଓ ୧୭୨ ଅଗ୍ନିଶମ ଟିମ୍ । ଆସନ୍ତାକାଲି ବାତ୍ୟା ର ରୂପ ନେବ ଲଘୁଚାପ ।ଡିସେମ୍ବର୪ ତାରିଖ ସକାଳୁ ଉତ୍ତର ଓ ଉତ୍ତର ପୂର୍ବ ଦିଗକୁ ରିକର୍ଭିଂ କରିବାର ସମ୍ଭାବନା ରହିଛି ।ତେବେ ୩ ତାରିଖ ମଧ୍ୟରାତ୍ର ପରେ ବର୍ଷା ହେବା ସହ ପବନର ବେଗ ବଢିବାର ର ଆଶଙ୍କା କରାଯାଉଛି ।
ଓଡ଼ିଶା ସ୍ୱତ୍ରନ୍ତ୍ର ରିଲିଫ୍ କମିସନର ପ୍ରଦୀପ ଜେନା ସୂଚନା ଦେଇଛନ୍ତି ଯେ ବାତ୍ୟା ଲ୍ୟାଣ୍ଡଫଲ କଲାବେଳେ ୯୦ ରୁ ୧୦୦ କିମି ବେଗରେ ପବନ ବହି ପାରେ । ଆସନ୍ତା ୩ ରୁ ୫ ତାରିଖ ପର୍ଯ୍ୟନ୍ତ ସମୁଦ୍ରରେ ମାଛ ଧରିବା ମନା । ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ତାନତର କରିବା ପାଇଁ ବ୍ୟବସ୍ଥା କରାଯିବ । ଏହାଛଡା ସମସ୍ତ ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ କରାଯାଇଛି ।
powered by social2s

