ସର୍ବାଧିକ ପବନର ବେଗ ୧୦୦ କିମି

ଓଡିଶା
Typography
  • Smaller Small Medium Big Bigger
  • Default Helvetica Segoe Georgia Times

ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ରେ ଲଘୁଚାପ ସୃଷ୍ଟି ହୋଇଛି। ୧୨ଘଣ୍ଟାରେ ଏହା ଘନୀଭୂତ ହୋଇ ଅବପାତର ରୂପ ନେବ। ଆସନ୍ତା କାଲି ବାତ୍ୟା ରେ ପରିଣତ ହୋଇପାରେ ଅବପାତ। ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ଙ୍କ କହିବା ଅନୁଯାୟୀ ଭୟଙ୍କର ନୁହେଁ, ସାଧାରଣ ବାତ୍ୟା ହୋଇପାରେ। ଏହାକୁ ନେଇ ଅତ୍ୟଧିକ ଭୟଭୀତ ହେବା ର ନାହିଁ। ତେବେ ଡିସେମ୍ବର ୪ ତାରିଖରେ ବାତ୍ୟା ଉପକୂଳ ଦେଇ ଯିବ କି ନାହିଁ ଏହା ସ୍ପଷ୍ଟ ହୋଇନାହିଁ। ଆଜି ସନ୍ଧ୍ୟାରେ ସ୍ପଷ୍ଟ ହେବ ଚିତ୍ର ବୋଲି ସେ ଜଣାଇଛନ୍ତି। ୪ ତାରିଖ ମଧ୍ୟାହ୍ନ ରେ ସର୍ବାଧିକ ପବନର ବେଗ ୧୦୦କିମି ରହିବ। ପ୍ରବଳରୁ ଅତି ପ୍ରବଳ ବେଗ ରେ ବର୍ଷା ହେବାର ସମ୍ଭାବନା ରହିଛି ବୋଲି ସେ ସ୍ପଷ୍ଟ କରିଛନ୍ତି।

powered by social2s