ଯଦି ଆପଣ ୪୦ କିମ୍ବା ୫୦ବର୍ଷ ଜୀବନ ଅତିକ୍ରମ କରିସାରିଲେଣି, ତେବେ ବିଳମ୍ବ ହେବା ପୂର୍ବରୁ ଫେରିବାକୁ ଆରମ୍ଭ କରନ୍ତୁ... କାହିଁକି ଏବଂ କେଉଁଠିକୁ ଏବଂ କିପରି ଫେରିବେ... ଏଠି ଟଲଷ୍ଟୟ ଙ୍କ ପ୍ରସିଦ୍ଧ ଲେଖା ରୁ କିଛି ଶିକ୍ଷା କରିବା ଦରକାର..,କାରଣ ଫେରିବା ... ଏତେ ସହଜ ନୁହେଁ, ଜଣେ ଲୋକ ରାଜାଙ୍କ ପାଖକୁ ଗଲେ, ଏବଂ କହିଲେ ମୁଁ କିଛି କରିପାରିଲି ନାହିଁ, ବହୁତ ଦୁଃଖରେ ଅଛି.. ରାଜା ପଚାରିଲେ ତୁମର କଣ ଦରକାର, ଲୋକଟି ରାଜାଙ୍କ ଠାରୁ ଗୋଟେ ଜାଗା ଚାହିଁଲେ.. ରାଜା କହିଲେ ଠିକ ଅଛି, ତୁମେ କାଲି ସକାଳୁ ସୂର୍ଯ୍ୟ ଉଦୟ ହେବା ସଙ୍ଗେ ସଙ୍ଗେ ଦଉଡ଼ିବା ଆରମ୍ଭ କରି ଅସ୍ତ ହେବା ଭିତରେ ଯେତିକି ଜାଗା କଭର କରି ପାରିବ, ସେତିକି ତୁମର ହୋଇ ଜୀବ, ଲୋକଟି ଖୁସିରେ ଘରକୁ ଫେରି ପରଦିନ ସକାଳୁ ସୂର୍ଯ୍ୟ ଉଦୟ ହେବା ସଙ୍ଗେ ସଙ୍ଗେ ଦୌଡ଼ିବାକୁ ଆରମ୍ଭ କଳା... ଟିକେ କଷ୍ଟ ସିନା ହେବ ଯେତେ ବାଟ ଦୌଡ଼ି ଯାଇ ପାରିବ ସେତିକି ଜାଗା ତାର ହୋଇଯିବ.... ଆନନ୍ଦ ରେ ରହିବ, ଏହା ଭାବି ଅନିର୍ଦ୍ଧିଷ୍ଟ ଲକ୍ଷ୍ୟ ଆଗକୁ ଦୌଡିଲା... ଲୋଭରେ ବହୁ ବାଟ ଗଲାପରେ ଦେଖିଲା ସୂର୍ଯ୍ୟ ଅସ୍ତ ହେବାକୁ ଯାଉଛନ୍ତି... ରାଜା ଙ୍କ କଥା ମନେ ପଡିଲା ଯେ ତାକୁ ଦୌଡ ଆରମ୍ଭ କରିଥିବା ଜାଗାକୁ ଫେରିବାକୁ ପଡିବ. ସେ ଜୋର ରେ ଫେରିବାକୁ ଦୌଡା ଆରମ୍ଭ କଲା. କିନ୍ତୁ ଫେରିବାର ସମୟ ଗଡି ଯାଉଛି ଦେଖୀ ଆହୁରି ଜୋର ରେ ଦୌଡ଼ି ଆରମ୍ଭ କଲା.. କିଛି ବାଟ ଫେରିବା ପରେ ତାର ମୃତୁ ହୋଇଗଲା... ସେ ଚାହୁଁଥିଲା ଫେରିବାକୁ କିନ୍ତୁ ଫେରିଗଲା ଏକ ଜାଗା କୁ ଯେଉଁଠାରୁ ଆଉ ଫେରି ହେବ ନାହିଁ..
ବର୍ତ୍ତମାନ ନିଜକୁ ସେହି ଲୋକ ଜାଗାରେ ରଖି ଭାବନ୍ତୁ ଯେ ମୁଁ ସେ ଭୁଲ କରୁ ନାହିଁ ତ.. ଆମେ ଆମର ଲିମିଟ ଜାଣି ବାକୁ ଚାହୁଁ ନାହୁଁ... ଆମର ଇଛା ଅସୀମିତ.. ଆହୁରି ଲୋଭରେ ଆଗକୁ ବଢ଼ିବାରେ ଲାଗିଛୁ. କୋଉ ଠିକୁ ଯାଉଛୁ କେତେ ବେଳେ ପହଞ୍ଚିବୁ... ଫେରିବାକୁ ପଡିବ.. କାରଣ ସୂର୍ଯ୍ୟ ଉଦୟ ହୋଇ ଯେତେ ବାଟ ଯାଇଥାଏ ସନ୍ଧ୍ୟା ସମୟରେ ଅସ୍ତ ହୋଇ ପୁଣି ନିଜ ଜାଗାକୁ ଫେରି ଆସେ. ଅଭିମନ୍ୟୁ ଫେରିବାର ବାଟ ଜାଣି ନ ଥିଲେ, ଆମେ ସମସ୍ତେ ଅଭିମନ୍ୟୁ... ଆମେ ମଧ୍ୟ ଫେରିବାର ବାଟ ଜାଣି ନାହୁଁ.. ଇଶ୍ଵର ଙ୍କ ପାଖକୁ ଗଲା ବେଳେ କଣ ନେଇ କି ଯିବେ ? ନିଜେ ନିଜର ଆତ୍ମ ସମୀକ୍ଷା କରନ୍ତୁ,
ସତ୍ୟ କହିବାକୁ ଗଲେ.. ଯେଉଁ ମାନେ କିପରି ଫେରିବା ଜାଣିଛନ୍ତି ସେମାନେ କିପରି ବଞ୍ଚିବା ମଧ୍ୟ ଜାଣିଛନ୍ତି. ତେଣୁ ଫେରିବା ଏତେ ସହଜ ନୁହେଁ..... ଆମେ ଆଶା କରୁଛୁ ମହାପ୍ରଭୁ ଶ୍ରଜଗନ୍ନାଥ ଆପଣ ମାନଙ୍କୁ ଶକ୍ତି ସାମର୍ଥ୍ୟ ଦିଅନ୍ତୁ ଓ ନିଜେ ଉଚିତ ନିଷ୍ପତ୍ତି ନେଇ ଫେରି ବାରେ ସାହାଯ୍ୟ କରନ୍ତୁ...
ନାରାୟଣ ମହାପାତ୍ର, ସମାଜସେବୀ
ଫେରିବାର ସମୟ...
Typography
- Smaller Small Medium Big Bigger
- Default Helvetica Segoe Georgia Times
- Reading Mode
powered by social2s

