ଭୁବନେଶ୍ୱର: ପୁରୀ ଜିଲ୍ଲାର କୌଣସି ସ୍ଥାନରେ ସ୍ଥଳଭାଗ ଛୁଇଁପାରେ ବାତ୍ୟା ବୋଲି ସୂଚନା ଦେଲେ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା। ଡିସେମ୍ବର ୪ ସନ୍ଧ୍ୟାରୁ ୫ ତାରିଖ ସକାଳ ଭିତରେ ଲ୍ୟାଣ୍ଡଫଲ କରିବ ବାତ୍ୟା। ଆଜି ମଧ୍ୟରାତ୍ରରୁ ବର୍ଷା ଆରମ୍ଭ ହେବ, କାଲିଠୁ ବଢିବ ବର୍ଷାର ପରିମାଣ। ଲ୍ୟାଣ୍ଡଫଲ ବେଳେ ପବନର ବେଗ ପାଖା ପାଖି ୯୦ କିଲୋମିଟର ରହିପାରେ। ସ୍ଥାନେ ସ୍ଥାନେ ପବନର ବେଗ ୧୦୦ କିଲୋମିଟର ରହିବାର ସମ୍ଭାବନା ରହିଛି। ପୁରୀ, ଜଗତସିଂହପୁର, ଖୋର୍ଦ୍ଧା, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ଅଧିକ ପ୍ରଭାବ ରହିବା ଆଶଙ୍କା କରାଯାଉଛି।
powered by social2s

