ଭୁବନେଶ୍ୱର: ଆଜି ଓଡ଼ିଶା ବିଧାନସଭା ଅଧିବେଶନରେ ମମିତା ମେହେର ହତ୍ୟା ମାମଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିବୃତି ପ୍ରଦାନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହା ଅତି ସମ୍ବେଦନଶୀଳ ଘଟଣା। ତେବେ ଏହାକୁ ରାଜନୈତିକରଣ କରାଯାଉଛି। ପ୍ରମାଣ ଥିଲେ ଯିଏବି ଦୋଷୀ ତା' ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ବିନା ଭୟ ଓ ଦ୍ୱନ୍ଦରେ ତଦନ୍ତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଦୋଷୀ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଦାୟିତ୍ୱ ରେ ଯିଏବି ଅବହେଳା କରିଥବ, ତାକୁ ଉଚିତ୍ ଦଣ୍ଡ ମିଳିବ। ଶେଷରେ ଗୃହ କାର୍ଯ୍ୟରେ ସହଯୋଗ କରିବାକୁ ନିବେଦନ କରିଛନ୍ତି ମୁଖ୍ୟମନ୍ତ୍ରୀ। ତେବେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ପ୍ରଦାନ ପରେ ଗୃହ ମୁଲତବୀ ହୋଇଛି।
powered by social2s

