ଭୁବନେଶ୍ୱର: ବାତ୍ୟା ଜୱାଦ ପ୍ରଭାରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ବର୍ଷା ଆରମ୍ଭ ହୋଇଛି। ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କଟକ, ଗଞ୍ଜାମ ଓ ଗଜପତି ଜିଲ୍ଲାରେ ହାଲୁକା ବର୍ଷା ହେଉଥିବା ସୂଚନା ମିଳିଛି। ବାତ୍ୟା ଗୁଲାବ ଠାରୁ ଅଧିକ ଶକ୍ତିଶାଳୀ ହେବ ଜୱାଦ। ଆସନ୍ତାକାଲି ଅମାବାସ୍ୟା ଥିବାରୁ ସମୁଦ୍ରରେ ୪ ରୁ ୫ ମିଟର ଉଚ୍ଚ ରେ ଜୁଆର ଉଠିବ। ସୂଚନା ଅନୁଯାୟୀ, ୭୦ ରୁ ୮୦ କିଲୋମିଟର ବେଗରେ ଆସୁଛି ଜୱାଦ।
powered by social2s

