ଭୁବନେଶ୍ୱର: ଓମିକ୍ରନ ବିରୋଧରେ ଟୀକା କାମ କରୁଛି ବୋଲି କହିଛନ୍ତି ଓଡ଼ିଶା ସ୍ବାସ୍ଥ୍ୟ ମନ୍ତ୍ରୀ ନବ ଦାସ । ମନ୍ତ୍ରୀଙ୍କ କହିବା ଅନୁଯାୟୀ କୋଭିଡର ନୂଆ ଭ୍ୟାରିଆନଟ ଓମିକ୍ରନ୍ ର ମୁକାବିଲା ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି । ଏହାକୁ ନେଇ ଭୟଭୀତ ହେବାର ନାହିଁ । ଶିକ୍ଷାନୁଷ୍ଟାନ ଗୁଡିକରେ କିଭଳି ନ ବ୍ୟାପିବ ସେ ନେଇ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଉଛି । ବିଦେଶ ଫେରନ୍ତା ଙ୍କ ଉପରେ ସ୍ଵତନ୍ତ୍ର ନଜର ରଖାଯାଉଛି ।
powered by social2s

